Only for Entertainment

ଗ୍ରୀଷ୍ମଋତୁରେ ଫିଟ ରହିବାର ମନ୍ତ୍ର ଶିଖାଇଲେ ଅକ୍ଷୟ,ଦେଖନ୍ତୁ ଭିଡିଓ ।

aajtak
0 49

ଅକ୍ଷୟ କେବଳ ଅଭିନୟ ନୁହେଁ ବରଂ ନିଜ ଫିଟନେସ ପାଇଁ ମଧ୍ୟ ବେଶ ଜଣାଶୁଣା । ସେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କାଠ ମାଳରେ ଏକ୍ସରସାଇଜ କରୁଥିବା ନଜର ଆସିଛନ୍ତି । ସେ କ୍ୟାପ୍ସନରେ ଲେଖିଛନ୍ତିଯେ ଏହି କାଠ ମାଳରେ ଟ୍ରେନିଙ୍ଗ କରୁଛି । ଏହା ପିଠି ଏବଂ ପେଟ ପାଇଁ ଖୁବ ଭଲ । ଏହା ସହିତ ୱାର୍କ ଆଉଟ କରିବା ପାଇଁ ଏହା ସବୁଠାରୁ ଭଲ ସମୟ ବୋଲି ମଧ୍ୟ ଲେଖିଛନ୍ତି ।

 

ଏକ ମିଡିଆ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ଉପଦେଶ କ୍ଷେତ୍ରରେ ଅକ୍ଷୟ ସବୁଠାରୁ ବିଶ୍ୱସନୀୟ ସେଲିବ୍ରେଟୀ । ଏହାପରେ ଯୋଗ ଗୁରୁ ବାବା ରାମଦେବଙ୍କ ନାମ ମଧ୍ୟ ରହିଛି ।

ଅକ୍ଷୟଙ୍କ କହିବା ଅନୁସାରେ ଆମକୁ ଆମ ଶରୀରର ଯତ୍ନ ନେବାର ଅଛି । ଏହାକୁ ସବୁବେଳେ ହଜାଇବାର ଡର ରହିବା ଉଚିତ । ଫିଟନେସର ଅର୍ଥ ନୁହେଁ ୬ ପ୍ୟାକ କରିବା । ନିଜ ଓଜନ ପ୍ରତି ଧ୍ୟାନ ଦେବା । ସେ ଏହା ମଧ୍ୟ କହିଛନ୍ତିଯେ ଭଗବାନ ଯେଉଁ ଶରୀର ଦେଇଛନ୍ତି ତାହାକୁ ଇଜ୍ଜତ ଦେବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More