Only for Entertainment

କାହିଁକି ୩୦ରୁ ୪୦ ବର୍ଷ ମଧ୍ୟରେ ଅଧିକାଂଶ ବ୍ୟକ୍ତି ହାର୍ଟ ଆଟାକର ଶୀକାର ହୋଇଥାନ୍ତି ।

youtube
0 37

ବିଶ୍ବ ହୃତପିଣ୍ଡ ଦିବସରେ ଆସିଛି ଏକ ଚମକାଇ ଦେବା ଭଳି ତଥ୍ୟ। ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବାର ଆଶଙ୍କା ଅଧିକ। ଏହି ତଥ୍ୟ ଏକ ସର୍ଭେରୁ ଜଣାପଡିଛି । ମୁଖ୍ୟତଃ ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଫଳରେ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ ପାଇଁ ବାଟ କଢାଉଛି । ୱାଲ୍ଡ ହାର୍ଟ ଫେଡେରେସନର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବର୍ଷକୁ ୧୭.୭ ନିୟୁତ ଲୋକ ହୃହଘାତରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଭାରତରେ ହୃଦଘାତ ଜନିତ ମୃତ୍ୟୁ ଉଦବେଗଜନକ ରହିଛି । ୧୯୯୦ରୁ ୨୦୧୬, ଗତ ୨୬ ବର୍ଷ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ୩୪ ପ୍ରତିଶତ ବଢିଛି । ପ୍ରତି ଏକ ଲକ୍ଷରେ ୨୦୯ ଜଣ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି ।

ଆଶ୍ଚର୍ଯ୍ୟଜନକ ଭାବେ ରିପୋର୍ଟ କହୁଛି ମହିଳାମାନଙ୍କ କ୍ଷେତ୍ରରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ପୃଷ୍ଟିକର ଖାଦ୍ୟର ଅଭାବ,ପରିବେଶ ପ୍ରଦୂଷଣ , ବିଶୃଙ୍ଖଳିତ ଜୀବନ ଶୈଳୀ ଯେମିତିକି ଧୂମପାନ ଓ ତମାଖୁ ସେବନ ଏବଂ ମୋଟାପଣ ଆଦି ହୃଦଘାତର କାରଣ ପାଲିଟିଛି । ସେହିପରି ଅତ୍ୟଧିକ କାମର ଚାପ ମଧ୍ୟ ଅନ୍ୟ ଏକ କାରଣ ବୋଲି ରିପୋର୍ଟ କହୁଛି । ସପ୍ତାହରେ ଯେଉଁମାନେ ୫୫ ଘଣ୍ଟାରୁ ଅଧିକ କାମ କରନ୍ତି ସେମାନଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ୩୩ ପ୍ରତିଶତ ରହିଛି । ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିବା କର୍ମଜୀବୀଙ୍କ କ୍ଷେତ୍ରରେ ଏହି ବିପଦ ବି ଅଧିକ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More