Only for Entertainment

ହଲିଉଡରେ ଧୁମ ମଚାଇଲେ ଇରଫାନ

Bollywoodlife
0 53

ବଲିଉଡ ଅଭିନେତା ଇରଫାନ ଖାନ ନିଜ ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା । ଇରଫାନ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟ ବଳରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି । ଇରଫାନ ଖାନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ । ନିକଟରେ ଇରଫାନଙ୍କ ହଲିଉଡ ଫିଲ୍ମ ‘ପଜଲ’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମକୁ ନେଇ ଇରଫାନ ବେଶ ଉତ୍ସାହିତ ଅଛନ୍ତି ।

ଏହି ଫିଲ୍ମଟି ମହିଳାଙ୍କ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମକୁ ହଲିଉଡର ଜଣାଶୁଣା ନିର୍ଦ୍ଦେଶକ ମାର୍କ ଟଟଲଟାବ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ୧୩ ଜୁଲାଇରେ ରିଲିଜ ହେବ ।

ଫିଲ୍ମ ‘ପଜଲ’ରେ ଜଣେ ହାଉସୱାଇଫର କାହାଣୀକୁ ବର୍ଣ୍ଣନା କରାଯାଇଛି । ଫିଲ୍ମରେ ଇମରାନ ଖାନଙ୍କ ଅଭିନୟ ଦମଦାର ହୋଇଛି । ଖବର ଅନୁସାରେ ଇରଫାନ ବର୍ତ୍ତମାନ ଲଣ୍ଡନରେ ନିଜର ଚିକିତ୍ସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More