Only for Entertainment

ପ୍ରେସର କୁକରରେ ପ୍ରସ୍ତୁତ ଖାଦ୍ୟ ଶରୀର ପାଇଁ କେତେ ଲାଭକାରୀ?

youtube
0 29

ଖାଦ୍ୟ ପ୍ରସ୍ତୁତି ସମୟରେ କଡ଼ାଇ ହେଉ ବା ପ୍ରେସର କୁକର ସମସ୍ତେ ବ୍ୟବହାର କରନ୍ତି । କିନ୍ତୁ ଅଧିକାଂଶ ସମୟରେ ଖାଦ୍ୟ ସହଜରେ ସିଝିବା ଏବଂ ଶୀଘ୍ର ହେବା ପାଇଁ ଲୋକ କଡ଼ାଇ ଅପେକ୍ଷା ପ୍ରେସର କୁକରକୁ ଅଧିକ ଧ୍ୟାନ ଦିଅନ୍ତି । ଏହା ବ୍ୟତୀତ କେହି କେହି ଭାବନ୍ତିଯେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଶରୀର ପାଇଁ ଖୁବ ଲାଭକାରୀ । ତେବେ ଆପଣ ମଧ୍ୟ ଠିକ ସେହି କଥା ଭାବୁ ନାହାଁନ୍ତି ତ?ଯଦି ଆପର ମଧ୍ୟ ଏହାକୁ ନେଇ ସନ୍ଦେରେ ଅଛନ୍ତି ଆସନ୍ତୁ ଜାଣିବା ଏହା କେତେ ଠିକ ।

ଏହା ଏଭଳି ଏକ ଉପାୟ ଯାହାକି ବନ୍ଦ ଷ୍ଟିମ୍‌ ଅର୍ଥାତ ବାମ୍ଫ ଜରିଆରେ ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରାଯାଇଥାଏ। କୁକର ଭିତରେ ଥିବା ପାଣିକୁ ଯେତେବେଳେ ଗରମ କରାଯାଏ ତାହାର ପ୍ରେସର ବଢ଼ିଥାଏ ଓ ବାମ୍ଫ ଜରିଆରେ ଖାଦ୍ୟ ତିଆରି ଶୀଘ୍ର ତିଆରି ହୋଇଥାଏ।

କେତେକ ଲୋକଙ୍କ ଧାରଣା ପ୍ରେସର କୁକରରେ ଅଧିକ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଯାହା ଶରୀର ପାଇଁ ଠିକ୍‌ ହୋଇ ନଥାଏ। କାରଣ ଅଧିକ ତାପମାତ୍ରାରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଆଉ କେତେକ ଲୋକଙ୍କ ଧାରଣା ରୋଷେଇ କରିବାର ଏହି ପଦ୍ଧତି ସ୍ୱାସ୍ଥ୍ୟକର ଅଟେ। କାରଣ ଖାଦ୍ୟ ବାମ୍ଫ ଦ୍ୱାରା ପ୍ରସ୍ତୁତ ହେଉଥିବାରୁ ଏଥିରେ ଥିବା ପୋଷାକ ତତ୍ତ୍ୱ ମହଜୁଦ ରହିଥାଏ।

ବିଶେଷଜ୍ଞଙ୍କ ଅନୁସାରେ, ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନଥାଏ। ଯଦି ପନିପରିବାକୁ ଅନ୍ୟ କୌଣସି ବାସନରେ ସିଝା ଯାଏ ଏଥିପାଇଁ ଅଧିକ ଗରମ କରିବା ସହିତ ଅଧିକ ସମୟ ଲାଗିଥାଏ। ତେଣୁ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ।

pressure cooker food

ପ୍ରେସର କୁକର ପ୍ରତ୍ୟେକ ଖାଦ୍ୟ ପଦାର୍ଥ ପାଇଁ ଅଲଗା ଭାବେ କାମ କରିଥାଏ। ଉଦାହରଣ ସ୍ୱରୂପ- କୁକରରେ ପ୍ରସ୍ତୁତ ଭାତ ଓ ହାଣ୍ଡିରେ ପ୍ରସ୍ତୁତ ହେଉଥିବା ଭାତ ତୁଳନାରେ ଅଧିକ ଭାରୀ ରହିଥାଏ। ପ୍ରେସର କୁକୁରରେ ପ୍ରସ୍ତୁତ ହେଉଥିବା ବିଲାତିବାଇଗଣ ଅଧିକ ସ୍ୱାସ୍ଥ୍ୟକର ରହିଥାଏ। ସେହିପରି କୁକରରେ ପ୍ରସ୍ତୁତ ମାଂସ ଖାଇବା ଦ୍ୱାରା ସହଜରେ ହଜମ ହୋଇଥାଏ। ଅନ୍ୟପକ୍ଷରେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଭାତ, ଆଳୁ ଓ ପାସ୍ତାରେ ଏକ୍ରିଲାମାଇଡ୍‌ ନାମକ ହାନିକାରକ କ୍ୟାମିକାଲ ଜାତ ହୋଇଥାଏ। ଏହାକୁ ନିୟମିତ ରୁପେ ଖାଇବା ଦ୍ୱାରା ନପୁଂସକ, କର୍କଟ ଆଦି ହେବାର ଆଶଙ୍କା ଅଧିକ ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More