Only for Entertainment

ଚଷମା ଦ୍ୱାରା ନାକ ଉପରେ ପଡ଼ିଥିବା ଦାଗକୁ ଏହିଭଳି ଦୂର କରନ୍ତୁ ।

newsdogshare
0 48

ଘଂଟା ଘଂଟା ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା,ଟିଭି ଦେଖିବା କିମ୍ବା ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖି ଦୁର୍ବଳ ହୋଇଯାଏ ଏବଂ ଚଷମା ବ୍ୟବହାର କରିବାକୁ ପଡ଼ିଥାଏ । କିନ୍ତୁ ଲଗାତାର ଭାବରେ ଏହାକୁ ବ୍ୟବହାର କରିବା ଦ୍ୱାରା ନାକ ଉପରେ ଦାଗ ପଡ଼ିଯାଏ । ଏଥିପାଇଁ ଚଷମା ବାହାର କଲେ ମୁହଁ ଖରାପ ଦେଖାଯାଏ । କିନ୍ତୁ ଚଷମା ବ୍ୟବହାରକୁ ବନ୍ଦ କରାଯାଇପାରିବ ନାହିଁ । ତେବେ ଏଭଳି କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଏହାକୁ ଦୂର କରାଯାଇପାରିବ ।

କମଳା ଚୋପା- କମଳା ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ଅଧା ଚାମଚ ଦୁଗ୍ଧ ମିଶାନ୍ତୁ । ଏହାପରେ ୩ରୁ ୪ ଦିନ ପର୍ଯ୍ୟନ୍ତ ଏହି ପେଷ୍ଟକୁ ନାକ ଉପରେ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଦାଗରୁ ମୁକ୍ତି ମିଳିବ ।
ଲେମ୍ବୁ ରସ- ୧ ଚାମଚ ଲେମ୍ବୁ ରସରେ ଅଧା ଚାମଚ ଜଳ ମିଶାଇ କଟନ ସାହାଯ୍ୟରେ ଦାଗ ଉପରେ ଲଗାନ୍ତୁ । ୧୫ରୁ ୨୦ ମିନିଟ ପରେ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ ।

ବାଦାମ ତେଲ- ରାତିରେ ଶୋଇବା ପୂର୍ବରୁ ବାଦାମ ତେଲକୁ ନାକ ଉପରେ ଲଗାନ୍ତୁ ଓ ସକାଳେ ଫେଶ ୱାଶରେ ମୁହଁ ଧୋଇ ଦିଅନ୍ତୁ ।

ଏଲୋଭେରା- ଫ୍ରେଶ ଏଲୋଭେରା ଜେଲକୁ ନାକ ଉପରେ ଏବଂ ତାହାର ଆଖପାଖରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ ।

ଆଳୁ ଓ ଟମାଟୋ- ଆଳୁ ଏବଂ ଟମୋଟୋ ରସକୁ ମିଶାଇ ଲଗାନ୍ତୁ ଓ ୧୫ ମିନିଟ ପରେ ଧୋଇ ଦିଅନ୍ତୁ । ନାକର ଦାଗ ବ୍ୟତୀତ ଚେହୋରାରେ ଉଜ୍ୱଳତା ଆଣିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More