Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆଳୁ ହାଲୱା ।

icampinmykitchen
0 41

ସାଧାରଣତଃ ଲୋକେ ଆଳୁର ବ୍ୟବହାର କେବଳ ତରକାରୀରେ କରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ବତାଇବୁ ଆଳୁରୁ  କିପରି ହାଲୁଆ ପ୍ରସ୍ତୁତ ହୋଇପାରିବ ? ଖାସ କରି ଆପଣ ଏହାକୁ ବ୍ରତ ଓ ଉପବାସ ଥିବା ସମୟରେ ବନାଇପାରିବେ।  ଆସନ୍ତୁ ଜାଣିବା ଆଳୁ ହାଲୁଆ ବନାଇବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:

ଆଳୁ- ମଧ୍ୟମ ଆକାରର ୪ଟି
ଚିନି – ଆବଶ୍ୟକ ଅନୁଯାୟୀ
ଦେଶୀ ଘିଅ-  ୨ଚାମଚ
ଫ୍ରେସ୍ କ୍ରିମ୍- ୨ଚାମଚ
ଅଦା
ଡାଲଚିନି ପାଉଡର- ୧ଚାମଚ
କଟା ଆଲମଣ୍ଡ, କିସମିସ୍ ଓ କଟା କାଜୁ ଗାର୍ନିଶ ପାଇଁ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଆଳୁ ସିଝାନ୍ତୁ। ଆଳୁ ସିଝିଲା ପରେ ଚୋପା ଛଡାଇ ତାକୁ ଭଲଭାବରେ ଚକଟି ଦିଅନ୍ତୁ। ଏହାପରେ କଡ଼େଇରେ ଘିଅ ପକାଇ ଗରମ କରନ୍ତୁ।  ସେଥିରେ ଚକଟା ହୋଇଥିବା ଆଳୁକୁ ପକାଇ ଘିଅ ନ ଛାଡିବା ପର୍ୟ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ପରେ ଚିନି ଓ ଫ୍ରେସ୍ କ୍ରିମ ପକାଇ ଏହା ସମ୍ପୂର୍ଣ୍ଣ ମିଶିବା ଯାଏଁ ଗୋଳାନ୍ତୁ। ବର୍ତ୍ତମାନ ଏଥିରେ କଟା କାଜୁ, ବାଦାମ, କିସ୍ମିସ୍ ଓ ଡାଲଚିନି ପାଉଡ ପକାଇ ଦୁଇ ମିନିଟ ଯାଏଁ କଷନ୍ତୁ ।  ଧ୍ୟାନ ରଖନ୍ତୁ, ଯେପରି ଆଳୁ କଡେଇରେ ଲାଗି ନ ଯାଏ। ଦୁଇ ମିନିଟ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ, ଏହାକୁ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More