Only for Entertainment

‘ସୁପର ୩୦’ କୁ ଟକ୍କର ଦେବ କି ‘ଚିଟ ଇଣ୍ଡିଆ’ !

bollywoodbubble
0 44

ବଲିଉଡର ସୁପର ହିରୋ ହ୍ରିତିକ ରୋଶନଙ୍କ ଅପକମିଂଗ ଫିଲ୍ମ‘ସୁପର ୩୦’ରିଲିଜ ତାରିଖ ସାମନାକୁ ଆସି ଯାଇଛି । ମାତ୍ର ଇମରାନ ହାସ୍ମୀଙ୍କ ‘ଚିଟ ଇଣ୍ଡିଆ’ ପାଖାପାଖି ଦିନରେ ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି । ତେଣୁ ସିନେ ଜଗତରେ ଏହି ଦୁଇ କଳାକାରଙ୍କ ଫିଲ୍ମ କଡା ଟକ୍କର ଦେବ ବୋଲି ଅନୁମାନ ଲଗାଯାଉଛି ।

ପ୍ରଥମେ ଆମେ ଏଠାରେ କହି ରଖୁଛୁ ଯେ ଫିଲ୍ମ ‘ସୁପର ୩୦’ନଭେମ୍ବର ୨୦୧୮କୁ ବଦଳାଇ ୨୫ ଜାନୁଆରୀ ୨୦୧୯କୁ ଘୁଂଚା ଯାଇଛି ।

ସେପଟେ ଇମରାନ ହାଶ୍ମୀଙ୍କ ଫିଲ୍ମ ‘ଚିଟ ଇଣ୍ଡିଆ’ ମଧ୍ୟ ୨୫ଜାନୁଆରୀ ରେ ରିଲିଜ ହେବାକୁ ଯାଉଛି । ଟି-ସିରିଜ ବ୍ୟାନରରେ ଏହି ଫିଲ୍ମ ପ୍ରସାରିତ ହେବାକୁ ଯାଉଛି ।

ଖାସ କଥା ହେଉଛି ଶିକ୍ଷାକୁ ନେଇ ଏହି ଦୁଇ ଫିଲ୍ମ ଆଧାରିତ । ହ୍ରିତିକଙ୍କ ଏହି ଫିଲ୍ମ ଲକ ବାୟୋପିକ ଅଟେ । ଇମରାନଙ୍କ କହିବା ମୁତାବକ ଶିକ୍ଷାର ଅସଲ ପରିଚୟ ତାଙ୍କ ଫିଲ୍ମ ପରିଚିତ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ହ୍ରିତିକଙ୍କ ଏହି ଫିଲ୍ମ ବିହାରର ଏକ ଶିକ୍ଷକ ଆନନ୍ଦଙ୍କ ଉପରେ ଆଧାରିତ ଅଟେ ଯେଉଁଥିରେ ସେ ଗରିବ ଶିଶୁଙ୍କୁ ପାଠ ପଢାଇ ଆଇଆଇଟିରେ ପହଂଚାଇବାରେ ସାହାଯ୍ୟ କରନ୍ତି ।

ସେହିଭଳି ଇମରାନ ହାଶ୍ମୀ ନିଜ ଫିଲ୍ମର ତାରିଖ ପରିବର୍ତ୍ତନ ହେବାର ଟ୍ୱିଟ କରିଥିଲେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଫିଲ୍ମ ଫେବୃଆରୀ ୨୦୧୯ର ପ୍ରଥମ ସପ୍ତାହରେ ରିଲିଜ ହେବାର ଥିଲା । ଫିଲ୍ମ ରିଲିଜ ହେବାର ତାରିଖ ଅଚାନକ ବଦଳିଥିଲା । କେଉଁ ଫିଲ୍ମ ଭଲ ରେକର୍ଡ ଆଣି ପାରୁଛି ଏବେ କେବଳ ଦେଖିବା ପାଇଁ ବାକି ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More