Only for Entertainment

ଆପଣ ଧୁମ୍ରପାନର ଅଭ୍ୟସ୍ତ କି? ତେବେ ଜାଣିବ ରଖନ୍ତୁ କେଉଁ ସମସ୍ୟାରେ ପଡି ପାରନ୍ତି ?

medicaldaily
0 55

ଧୁମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଜାଣି ମଧ୍ୟ ଲୋକମାନେ ସିଗାରେଟ ଟାଣିବା ଅଭ୍ୟାସରୁ ନିଜକୁ ନିବୃତ କରି ପାରନ୍ତି ନାହିଁ । ମାତ୍ର ଏହାଦ୍ୱାରା ନିଜ ସହ ଅନ୍ୟ ମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇ ଥାଆନ୍ତି । ଆପଣ ମଧ୍ୟ ଧୁମ୍ରପାନରେ ଅଭ୍ୟସ୍ତ କି ? ଯଦି ହଁ ତେବେ ଏହି ଅଭ୍ୟାସ ଛାଡି ଦିଅନ୍ତୁ। ଆପଣଙ୍କ ମୂଲ୍ୟବାନ ଜୀବନକୁ ବିପଦରୁ ଦୂରେଇ ରଖନ୍ତୁ। ଜାଣିଶୁଣି ମୃତ୍ୟୁକୁ ଡାକନ୍ତୁ ନାହିଁ। ଅଧିକ ଦିନ ଧୁମ୍ରପାନରେ ଅଭ୍ୟସ୍ତ ଥିବା ବ୍ୟକ୍ତି କ୍ୟାନସର ରୋଗର ଶିକାର ହୋଇଥାନ୍ତି, ତେଣୁ ଏବେଠୁ ସଜାଗ ହୋଇଯାଆନ୍ତୁ। ଜାଣନ୍ତୁ ଧୁମ୍ରପାନରେ ଅଭ୍ୟସ୍ତ ଥିଲେ ଆପଣ ପ୍ରଥମ ପର୍ଯ୍ୟାୟରେ କେଉଁ ସମସ୍ୟାର ସମ୍ମୁଖୀନ ହେବେ।

  • ଅକ୍ସିଜେନ୍‌ର କମି ଅନୁଭବ ହେବା ସହ ଥାକାପଣ ଓ ଦୁର୍ବଳ ଅନୁଭବ କରିବେ।
  • ଏହାଦ୍ୱାରା ଏସିଡିଟି ହେବା ସହ ଶରୀର ଜଳାପୋଡା କରିଥାଏ।
  • ସିଗାରେଟ୍‌ ପିଉଥିଲେ ଗଳାରେ ସମସ୍ୟା ଦେଖାଦେବା ସହ ଛାତିରେ କଫ ଜମିଥାଏ ।
  • ଏହାଦ୍ୱାରା ଓଠ କଳା ପଡିବା ସହ ନିଦ୍ରାହୀନତା ମଧ୍ୟ ଦେଖାଦେଇଥାଏ ।
  • ଆପଣ ଅଧିକ ସମୟ ଏକ୍ସରସାଇଜ୍‌ କିମ୍ବା ଚଲାବୁଲା କଲେ ଥକିଯିବା ଭଳି ଅନୁଭବ କରିବେ।
  • ସିଗାରେଟ୍‌ ଟାଣିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାସହ ଅତ୍ୟାଧିକ ପରିଶ୍ରମ କରିପାରିବେ ନାହିଁ।
  • ସିଗାରେଟ୍‌ ଟାଣିବା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିବା ସହ ଷ୍ଟ୍ରୋକ୍‌ ଓ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଛି।
  • ସିଗାରେଟ୍‌ ଧୂଆଁ ଶରୀର ଭିତରକୁ ଯିବା ଦ୍ୱାରା ଶ୍ୱାସ ରୋଗ ହେବାର ସମ୍ଭାବନା ଅଧିକ ରହିଛି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More