Only for Entertainment

ଏହି ୫ଟି ରୋଗରୁ ମୁକ୍ତି ଚାହୁଁଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର !

Livestrong
33

ଯେତେ ଜଗିରଖି ଚଳିଲେ ମଧ୍ୟ ମଣିଷ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଏଡ଼ାଇ ପାରେ ନାହିଁ। ପରିବାର ମଧ୍ୟରେ ପ୍ରାୟ ଦୈନିକ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ସମସ୍ୟା ଛୋଟକାଟିଆ ହେଲେ ମଧ୍ୟ ବିରକ୍ତିକର ହୋଇଥାଏ। ତେଣେ ଛୋଟିଆ କଥାକୁ ନେଇ ଡାକ୍ତରଙ୍କୁ ଦେଖାଇବା ପାଇଁ ଧାରଣା ଦେବାକୁ ବି କୁଣ୍ଠାବୋଧ ହୁଏ। ଏ ଭଳି କେତୋଟି ସ୍ୱାସ୍ଥ୍ୟ ସମସ୍ୟାରୁ ଲାଘବ ପାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି।
ତଣ୍ଟି ଦରଜ: ତଣ୍ଟି ଦରଦ କି, କାଶ ହେଲେ ଉଷୁମ ପାଣିରେ ଲୁଣ ପକାଇ ଖଳଖଳ କଲେ ଆରମ ଲାଗିବ ଏବଂ ଦିନେ ଦୁଇ ଦିନରେ ଭଲ ମଧ୍ୟ ହୋଇଯିବ। ତଣ୍ଟି ଦରଜ ପାଇଁ ଲୁଣ ଆଣ୍ଟି ଇନପ୍ଲେମାଟାରି ଭାବେ କାର୍ଯ୍ୟ କରିଥାଏ। ଏହା ତଣ୍ଟିର ଟିସ୍ୟୁ ଭେଦ କରି ଯିବା ବେଳେ ରାସ୍ତା ପରିଷ୍କାର କରିବା ସହ ହାନିକାରକ ବ୍ୟାକ୍ଟେରିଆଙ୍କୁ ମାରି ପକାଇଥାଏ।

ନିଦ୍ରାହିନତା: ନିଦ ମାଡୁ ନ ଥିଲେ ଲାଭେଣ୍ଡର୍ ତେଲ ଲଗାନ୍ତୁ, ନିଦ ଆସିଯିବ। ଶରୀରର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ପାଇଁ ଲାଭେଣ୍ଡର୍ ତେଲ ରିସେପ୍ଟର୍ ଭାବେ କାମ କରୁଥିବାରୁ ମସ୍ତିଷ୍କରୁ ଜଞ୍ଜାଳ ହଟାଇ ନିଦ୍ରା କରାଇଥାଏ। ଏହା ଅବସାଦ ନିବାରକ ଭାବେ ମଧ୍ୟ କାର୍ଯ୍ୟ କରିଥାଏ।

ଗଣ୍ଠିବିନ୍ଧା: ଗଣ୍ଠିବିନ୍ଧା ପାଇଁ ହଳଦୀ ବଡ଼ ଉପକାରୀ। ଏଥିରେ ଥିବା କ୍ୟୁର୍କୁମିନ୍ ନାମକ ରାସାୟନିକ ଉପାଦାନରେ ଥାଏ ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଣ୍ଟି-ଇନଫ୍ଲେମେଟରି କ୍ଷମତା। କ୍ଷୀର ସହିତ ଏହାକୁ ପିଇଲେ ଗଣ୍ଠିବିନ୍ଧା କମିବା ସହ ଦେହର ଅନ୍ୟନ୍ୟ ସଂକ୍ରମଣ ବି କମିଥାଏ।

ଆଖିଫୁଲା: ଆଖିଫୁଲା କମାଇବାକୁ କାକୁଡ଼ି ଭଲ କାମ ଦିଏ। କାକୁଡ଼ିରେ ବହୁ ପରିମାଣରେ ଜଳୀୟ ଅଂଶ ଓ ଥଣ୍ଡାଳିଆ ଗୁଣ ରକ୍ତବାହୀ ନଳୀଗୁଡ଼ିକୁ ସଙ୍କୁଚିତ କରାଇ ସଂକ୍ରମଣ କମାଇ ଦିଏ।

ବୁକୁପୋଡ଼ା: ବୁକୁ ବା ଛାଡ଼ି ପୋଡ଼ା ବନ୍ଦ କରାଇବା ନିମନ୍ତେ ସେଓ ସବୁଠୁ ବଢ଼ିଆ କାମ ଦିଏ। ଏଥିରେ ଥିବା ପେକ୍ଟିନ୍ ନାମକ ଦ୍ରବଣୀୟ ତନ୍ତୁ ପାକସ୍ଥଳୀରୁ କ୍ଷରିତ ଅମ୍ଳକୁ ଶୋଷି ନେଉଥିବାରୁ ଛାତିପୋଡ଼ା କମିଯାଏ। ପୁଣି ସେଓରେ ଯେଉଁ ମେଲିକ୍ ଏବଂ ଟାର୍ଟାରିକ୍ ଏସିଡ୍ ରହିଛି, ତାହା ପାକସ୍ଥଳୀରୁ ଛାତିକୁ ଉଠି ଆସି ପୋଡ଼ାଉ ଥିବା ପାଚକ ରସକୁ ଶାନ୍ତ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More