Only for Entertainment

ଖାଦ୍ୟର ଗୁଣକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ! କିଛି ଜରୁରୀ ଟିପ୍ସ !

listsforall
0 40

ଘର ଖାଦ୍ୟ ଶରୀର ପାଇଁ ସବୁଠାରୁ ଉତ୍ତମ ଅଟେ । ଖାଦ୍ୟକୁ ସୁସ୍ଥ ଏବଂ ପୁଷ୍ଟିକର ପ୍ରସ୍ତୁତ କରିବା ପାଇଁ ମହିଳାମାନଙ୍କୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମହିଳା ମାନେ ଖାଦ୍ୟକୁ ପୁଷ୍ଟିକର ପ୍ରସ୍ତୁତ କରିବା ସହ ସୁସ୍ୱାଦୁ ଏବଂ ସୁସ୍ଥକର ଉପରେ ଗୁରୁତ୍ୱ ଦେଇଥାଆନ୍ତି । ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବା ଯେତେ ପ୍ରକାର ସଠିକ ସାମଗ୍ରୀ ହେଲେ ମଧ୍ୟ ଏହାର ସଜାଇବା ପ୍ରଣାଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ । କାରଣ ସଜାଇବା ପ୍ରଣାଳୀରୁ ହିଁ ଭୋଜନ ଆକର୍ଷିତ ଦିଶିଥାଏ । ଏହାଛଡା ଏହାକୁ ସୁରକ୍ଷିତ ଏବଂ ପରିଷ୍କାର ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । କିଭଳି ଖାଦ୍ୟ ରାନ୍ଧିବା ପ୍ରଣାଳୀରେ କିଛି ପରିବର୍ତ୍ତନ ଆଣିବେ ଏବଂ ଏହାକୁ ଆକର୍ଷଣୀୟ ବନାଇବେ ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କିଛି ଟିପ୍ପଣୀ ଦେବୁ । ତେବେ ଆସନ୍ତୁ ଜାଣିବା କିଭଳି ଆପଣ ଆପଣଙ୍କ ରାନ୍ଧିବା ପ୍ରଣାଳୀକୁ ଏକ ଭିନ୍ନ ରୂପ ଦେବେ, ଏବଂ କେଉଁ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେବେ ।

ଖାଦ୍ୟକୁ ବନାନ୍ତୁ ରଙ୍ଗୀନ:

ଘର ଖାଇବା ସୁସ୍ୱାଦୁ ଏବଂ ସୁସ୍ଥକର ହେଲେ ମଧ୍ୟ ଏହାକୁ ଟିକେ ସଜାଇ ପରିବେଶଣ କରିବା ଦ୍ୱାରା ଏହାର ସ୍ୱାଦ ଆହୁରି ଦ୍ୱିଗୁଣିତ ହୋଇଯାଇଥାଏ । ଆପଣଙ୍କ ଡିସ ଯେତେ ରଙ୍ଗୀନ ହେବ ସେତେ ଆକର୍ଷଣୀୟ ଦିଶିବ । ଆପଣ ଆପଣଙ୍କ ଖାଦ୍ୟକୁ ସଜାଇବା ପାଇଁ ତାଜା ଧନିଆ, କିଛି ହର୍ବସ ଏବଂ ଲେମ୍ବୁ ବ୍ୟବହାର କରିପାରିବେ ।

ଘର ଖାଦ୍ୟର ଗୁଣ ବଢାଇବାର କିଛି ରୋଚକ ଟିପ୍ପଣୀ:

  • ଆମିଷ ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଏହାକୁ ଫ୍ରିଜରେ ଭଲଭାବେ ଷ୍ଟୋର କରି ରଖିଦିଅନ୍ତୁ । ଫ୍ରିଜରୁ କାଢି ଏହାକୁ କିଛି ସମୟ ବାହାରେ ରଖି ଏହାକୁ ପ୍ରସ୍ତୁତ କରନ୍ତୁ । ଏହା ରାନ୍ଧିବା ସମୟରେ ଧ୍ୟାନ ରଖନ୍ତୁ ଖାଦ୍ୟ ଯେପରି ଜଳି ନଯାଏ ।
  • ଗ୍ରିଲ କିମ୍ବା ଟୋଷ୍ଟ ପ୍ରସ୍ତୁତ କରିବା ସମୟରେ ସଠିକ ତାପମାତ୍ରା ରଖି ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଏହାଛଡା ଏଭଳି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସମୟକ୍ରମେ କ୍ଷଣକୁ କ୍ଷଣ ଏହା ଉପରେ ତେଲ ଲଗାନ୍ତୁ । ଏହାଦ୍ୱାରା ଖାଦ୍ୟ ଜଳିବ ନାହିଁ ଏବଂ ଶୁଖିବ ନାହିଁ ମଧ୍ୟ ।
  • ମିଠା ଭୋଜନ ପ୍ରସ୍ତୁତ କରିବା ସମୟରେ ଖାଦ୍ୟକୁ ସ୍ୱାଦିଷ୍ଟ ଏବଂ ରଙ୍ଗୀନ ବନାଇବା ପାଇଁ ଆପଣ କେରେମଲର ବ୍ୟବହାର କରିପାରିବେ । ଏଥିପାଇଁ କିଛି ଚିନି ଏବଂ ତେଲ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଖାଦ୍ୟ ପ୍ରସ୍ତୁତି ସମୟରେ ଏହାକୁ ବ୍ୟବହାର କରନ୍ତୁ ।
  • ସବୁଜ ପନିପରିବାକୁ ରାନ୍ଧିବା ପୂର୍ବରୁ ଭଲଭାବେ ଏହାକୁ ଧୋଇନିଅନ୍ତୁ । ଏହାପରେ ଭୋଜନ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ଲୁଣ ପକାନ୍ତୁ । ଏହାଦ୍ୱାରା ଖାଦ୍ୟରେ ଏକ ଭିନ୍ନ ସ୍ୱାଦ ଆସିଥାଏ । ଏହାଛଡା ଖାଦ୍ୟକୁ ଷ୍ଟୋର କରିବା ପାଇଁ ପାତ୍ରକୁ ଭଲଭାବେ ଧୋଇ ନିଅନ୍ତୁ ଏହାଦ୍ୱାରା ଖାଦ୍ୟ ଷ୍ଟୋର କଲେ ଖରାପ ହେବ ନାହିଁ ।
  • କୌଣସି ପ୍ୟାକେଟ ଖାଦ୍ୟ ବ୍ୟବହାର କରିବା ପୂର୍ବରୁ ଏହାର ପ୍ରସ୍ତୁତି ଏବଂ ବ୍ୟବହାର ସମୟ ସୀମା ଉପରେ ବିଶେଷ ଧ୍ୟାନ ରଖନ୍ତୁ ।
  • ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ହାତକୁ ସାବୁନରେ ଭଲଭାବେ ଧୋଇ ନିଅନ୍ତୁ ଏବଂ ହାତରେ ଗ୍ଲୋବସ ପିନ୍ଧନ୍ତୁ । ଏହାଛଡା ଖାଦ୍ୟକୁ ବାରମ୍ବାର ଛୁଅନ୍ତୁ ନାହିଁ । ଏହାଫଳରେ ଖାଦ୍ୟର କ୍ୱାଲିଟି ବଜାୟ ରହିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More