Only for Entertainment

ଇମରାନ ଖାନଙ୍କ ଶିବ ଅବତାରକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା, ଭାଇରାଲ ହେଉଛି ଫଟୋ

India
0 43

ପାକିସ୍ତାନର ପୂର୍ବ କ୍ରିକେଟର ତଥା ପାକିସ୍ତାନ ରାଜନୀତିର ଅନ୍ୟତମ ବ୍ୟକ୍ତିତ୍ୱ ଇମରାନ ଖାନ ନିୟମିତ କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚରେ ରହିଆସିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଶିବ ଅବତାର ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଭାରତରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି ।

Capture-3

ପାକିସ୍ତାନ ସଂସଦରେ ବିରୋଧୀ ଦଳ ପିପିପିର ଅଧ୍ୟକ୍ଷ ରମେଶ ଲାଲ କହିଛନ୍ତି ଯେ ଏଭଳି ଫଟୋକୁ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏହା ସହିତ ସେ କହିଛନ୍ତି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଏହି ଫଟୋ ଆଘାତ ଦେଇଛି ଏବଂ ଏହା ସମ୍ବିଧାନ ବିରୋଧୀ ଅଟେ ।

ସୂଚନା ଅନୁନସାରେ ଫେସବୁକ ପେଜରେ ଏହି ଫଟୋକୁ ନବାଜ ଶରୀଫ ପାର୍ଟି ସମର୍ଥକ ଶେୟାର କରିଥିଲେ । ଏହା ଘଟଣାକୁ ନେଇ ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ମଧ୍ୟ ବିରୋଧ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More