Only for Entertainment

ଶପଥ ଗ୍ରହଣ କରିବା ତାରିଖ ଘୁଂଚିବାରୁ ଦୁଃଖିତ କି ଇମ୍ରାନ?

timesofindia.indiatimes.com
0 31

ପାକିସ୍ତାନର ତହରୀକ-ଏ-ଇଂସାଫ ସଂସ୍ଥା (ପିଟିଆଇ) ଆଜି ଘୋଷଣା କରିଛି ଯେ ପାର୍ଟିର ପ୍ରମୁଖ ନେତା ଇମ୍ରାନ ଖାନ ଆସନ୍ତା ଅଗଷ୍ଟ ୧୮ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପିଟିଆଇର କେନ୍ଦ୍ରିୟ ଅତିରିକ୍ତ ସୂଚନା ସଚିବ ଫୈ÷ସଲ ଜାବେଦ କହିଛନ୍ତି ଇରଫାନଙ୍କ ସପଥ ଗ୍ରହଣ କାର୍ଯ୍ୟକର୍ମରେ କପିଲ ଦେବ , ସୁନିଲ ଗାଭାସ୍କର ଏବଂ ନବଜୋତ ସିଁ ସିଦ୍ଧୁଙ୍କ ଭଲି ଭାରତୀୟ କ୍ରିକେଟର ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଡନ ନ୍ୟୁଜର କହିବା ଅନୁସାରେ କହିଛନ୍ତି ଯେ ୧୯୯୨ ମସିହାରେ ପାକିସ୍ତାନର ବିଶ୍ୱକପ ବିଜେତା ଟିମକୁ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହା ପୂର୍ବରୁ ସିନେଟର ସଦସ୍ୟ ଜାବେଦ ଟ୍ୱିଟରେ ଲେଖିଥିଲେ ଇମ୍ରାନ ଆସନ୍ତା ଅଗଷ୍ଟ ୧୮ ତାରିଖରେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ହେବେ ।

ଜିୟୋ ନ୍ୟୁଜର ଖବର ଅନୁସାରେ ରାଷ୍ଟ୍ରପତି ଆଗକୁ ହେବାକୁ ଥିବା ପ୍ରଧାନ ମନ୍ତ୍ରୀଙ୍କୁ ଶପଥ ଦେବାପାଇଁ ନିଜର ସ୍କଟଲ୍ୟାଣ୍ଡ ଗସ୍ତକୁ ସ୍ଥଗିତ କରିଦେଇଛନ୍ତି । ୧୬ ରୁ ୧୯ ତାରିଖ ମଧ୍ୟରେ ରାଷ୍ଟ୍ରପତିଙ୍କୁ ତାଙ୍କର ସ୍କଟଲ୍ୟାଣ୍ଡ ଯିବାର ଥିଲା କିନ୍ତୁ ଇମ୍ରାନଙ୍କ ଶପଥ ଗ୍ରହଣ କରିବାର ତାରିଖ ୧୮ ଥିବାରୁ ରାଷ୍ଟ୍ରପତି ମମନୁନ ହୁସେନ ସ୍କଟଲ୍ୟାଣ୍ଡ ଯାଉନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More