Only for Entertainment

ପ୍ରେସ କନଫରେନ୍ସରେ ରିପୋର୍ଟରଙ୍କ ପ୍ରଶ୍ନରେ ବିରକ୍ତ ହେଲେ ବିରାଟ, ଦେଲେ ଏଭଳି ଜବାବ !

YouTube
0 55

ଇଂଲଣ୍ଡ ଠାରୁ ଟେଷ୍ଟ ମ୍ୟାଚ ହାରିବା ପରେ ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ ରେ ଏକ ରିପୋର୍ଟର ଉପରେ ଖୁବ ରାଗିଥିଲେ । ସେ କୋହଲିଙ୍କୁ କିଛି ଏଭଳି ପ୍ରଶ୍ନ ପଚାରିଥିଲେ ଯେ ପୂର୍ବ ୧୫ବର୍ଷରୁ ଭଲ ଥିବା ଟିମ ଆପଣଙ୍କ ଉପରେ କିଛି ଚାପ ପ୍ରୟୋଗ କରୁଛନ୍ତି କି ? କଣ ଆପଣ ବିଗତ ୧୫ବର୍ଷର ସବୁଠାରୁ ଭଲ ଟିମ ଅଟନ୍ତି ? ଭାରତୀୟ କ୍ୟାପଟେନ ଏହି ପ୍ରଶ୍ନରେ ରାଗି ଯାଇଥିଲେ । ସେ ରିପୋର୍ଟରଙ୍କୁ ଏଭଳି ଉତ୍ତର ଦେଇଥିଲେ ଯାହା ଶୁଣି ରିପୋର୍ଟରଙ୍କ ମୁହଁ ବନ୍ଦ ହୋଇଯାଇଥିଲା ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ମଙ୍ଗଳବାର ହୋଇଥିବା ଓବଲ ଟେଷ୍ଟରେ ଇଂଲଣ୍ଡ ୧୧୮ରନ କରି ଭାରତକୁ ପରାସ୍ତ କରିଥିଲେ । ଏହିଭଳି ଭାବେ ଟେଷ୍ଟ ସିରିଜ ୫ଟି ଯାକ ମ୍ୟାଚ ୧-୪ରେ ହାରିଥିଲେ ଭାରତ ଟିମ । ଯଦିଓ କୋହଲି ଟିମ ପାଇଁ ରନ ଜୁଟାଇଥିଲେ ମାତ୍ର କ୍ୟାପଟେନ ଥିବା କାରଣରୁ ସେ ପ୍ରଶ୍ନବାଚୀ ହେବା ସ୍ୱାଭାବିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More