Only for Entertainment

ମଂଚରେ ଭାରତର କମେଡିଆନଙ୍କ ମୃତ୍ୟୁ, ପରଫର୍ମାନ୍ସ ଭାବି ଲୋକମାରିଲେ ତାଳି !

147

ଆମ ଦେଶର ଷ୍ଟାଂଡଅପ କମେଡିଆନ ମଂଜୁନାଥ ନାଇଡୁଙ୍କ ଭିଡ ମଧ୍ୟରେ ଷ୍ଟେଜରେ କରୁଥିବା ସମୟରେ ମୃତ୍ୟୁ ହୋଇଛି । ମଂଜୁନାଥ ଦୁବାଇରେ ଗୋଟେ ଷ୍ଟେଜ ପରଫର୍ମ କରୁଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ରିପୋର୍ଟ ମୁତାବକ ମଂଜୁନାଥ ପରଫର୍ମ କରୁଥିଲେ । ପରଫର୍ମ କରୁଥିବା ସମୟରେ ଉଚ୍ଚସ୍ତରୀୟ ଉତ୍କଣ୍ଠା କାରଣରୁ ମୃତ୍ୟୁ ହୋଇଛି । ୩୬ବର୍ଷୀୟ ମଂଜୁନାଥ ନାଇଡୁଙ୍କ ମୃତ୍ୟୁ ଶୁକ୍ରବାର ଅକସ୍ମାତ ହୃଦଘାତ କାରଣରୁ ହୋଇଛି ।

ଏଠାରେ ଆମେ କହି ରଖୁଛୁ ଯେ ମଂଜୁନାଥ ଅବୁଧାବୀାରେ ଜନ୍ମ ହୋଇଥିଲେ, କିନ୍ତୁ ପରେ ଦୁବାଇରେ ଯାଇ ରହୁଥିଲେ ।
ମଂଜୁନାଥଙ୍କ କହିବା ମୁତାବକ ସେ ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ଲୋକଙ୍କୁ ହସାଉଥିଲେ । ଏହିସମୟରେ ତାଙ୍କର ହୃଦଘାତ ହୋଇଥିଲେ ଏବଂ ସେହିଠାରେ ହିଁ ଶେଷ ତ୍ୟାଗ କରିଥିଲେ ।

ସେ ଶେଷଥର ପାଇଁ ଷ୍ଟେଜରେ ପରଫର୍ମ କରୁଥିବା ବେଳେ ନିଜ ବାପା ଏବଂ ତାଙ୍କ ପାରିବାରିକ ବିଷୟରେ କହୁଥିଲେ । ଏହାପରେ ସେ କାହାଣୀ ଶୁଣାଇ କିଭଳି ଚିନ୍ତା ଏବଂ ବିଚଳିତରେ ଦିନ କାଟିଥିଲେ କହୁଥିଲେ । କାହାଣୀ ଶୁଣାଇବାର ଗୋଟିଏ ମିନିଟ ଭିତରେ ସେଠାରେ ସେ ପଡିଯାଇଥିଲେ ।

ମଂଜୁନାଥଙ୍କ ବନ୍ଧୁଙ୍କ କହିବା ମୁତାବକ ଲୋକମାନେ ସେହି ସମୟରେ ଅନୁଭବ କରିଥିଲେ ଯେ ସେ ଅଭିନୟ କରୁଛନ୍ତି । ଯାହାକୁ ସମସ୍ତେ ଥଟ୍ଟା ବୋଲି ଭାବି ନେଇଥିଲେ । ଖବର ମୁତାବକ ନାଇଡୁଙ୍କ ବାପା-ମା’ଙ୍କର ମୃତ୍ୟୁ ହୋଇଯାଇଛି , ସେ ପରିବାରର କେବଳ ଗୋଟିଏ ଭାଇ ଥିଲେ । ଏପରିକି ତାଙ୍କର କୌଣସି ସମ୍ପର୍କୀୟ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More