Only for Entertainment

ପଂଚ କେଶ ବିନା ପୂର୍ଣ୍ଣ ହୋଇପାରନ୍ତି ନାହିଁ ନାଗା ସାଧୁ, ଜାଣନ୍ତୁ ଏହାର କାରଣ !

51

ପୂରା ଶରୀରରେ ଭସ୍ମ ଲଗାଇ, ନିବସ୍ତ୍ର ହୋଇ ମାୟା ମୋହ ତ୍ୟାଗ କରିଥିବା ନାଗା ସାଧୁଙ୍କ ଜୀବନ ଖୁବ କଠିନ ହୋଇଥାଏ । ଏମାନଙ୍କୁ ନା କେବଳ ସମ୍ପର୍କ ଭାଙ୍ଗିବାକୁ ପଡିଥାଏ ବରଂ ଆହୁରି ଅନେକ ଜିନିଷ ତ୍ୟାଗ କରିବାକୁ ପଡିଥାଏ । ସେମାନଙ୍କୁ ନାଗା ସାଧୁ ବ୍ରତ ପାଳନ କରିବାକୁ ପଡିଥାଏ ।ଏଥିପାଇଁ ତାଙ୍କୁ ଜଟାର ଖାସ ଧ୍ୟାନ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ସାଧୁଙ୍କ ଜଙ୍କା ବିଷୟରେ କିଛି ଖାସ କଥା ଜଣାଇବୁ ।

ନାଗା ସାଧୁଙ୍କୁ ଲମ୍ବା ଜଟା ରଖିବାକୁ ପଡିଥାଏ । ଖାସ କଥା ହେଉଛି ବୀର ଶୈବ ନାଗା ସନ୍ୟାସୀଙ୍କୁ ଏହା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । କାରଣ ଏହାଦ୍ୱାରା ତାଙ୍କର ଯୋଗୀ ହେବାର ପରମ୍ପରା ଦର୍ଶାଇଥାଏ । ନାଗା ସାଧୁଙ୍କ ଜଟା ୧୦ଫିଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହିକାରଣରୁ ତାଙ୍କର ଦେହରେ ବାଲି ଏବଂ ଭସ୍ମ ବୋଳି ଥାଆନ୍ତି । ନାଗା ସାଧୁ କେବଳ ଗୋଟିଏ ସମୟରେ କେଶ କାଟି ଥାଆନ୍ତି ସେ ପୁଣି ତାଙ୍କ ଗୁରୁଙ୍କ ଦେହାନ୍ତରେ । ନିଜ ଗୁରୁଙ୍କ ସମ୍ମାନ ପାଇଁ ତାଙ୍କ ଶିଷ୍ୟଙ୍କୁ ନିଜ କେଶ ତ୍ୟାଗ କରିବାକୁ ପଡିଥାଏ ।

ନାଗା ସାଧୁଙ୍କ ସତ୍ରହ ଶୃଙ୍ଗାରରେ ପଂଚ କେଶର ଅନେକ ମହତ୍ୱ ରହିଛି । ଏଥିରେ କେଶକୁ ପାଂଚ ଥର ବୁଲାଇ ଧୂଆଯାଏ । ଏତେ ଲମ୍ବା ଜଟା ବଢାଇବାକୁ ଜଣେ ସାଧୁଙ୍କୁ ପାଖାପାଖି ୩୦ରୁ ୪୦ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ । ଅନେକ ନାଗା ସାଧୁ ନିଜ ଜଙ୍କାର ସଙ୍କଳ୍ପ ନିଅନ୍ତି । ଯେଉଁକାରଣରୁ ସେ ଲଗାତାର ଜଟା ବଢାଇଥାଆନ୍ତି । ସେହିଭଳି କିଛି ସାଧୁ ନିଜ ଜଟାରେ ରୁଦ୍ରାକ୍ଷ ବାନ୍ଧି ଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More