Only for Entertainment

ବିବାହ ପରେ ଏହି ବଙ୍ଗଳାରେ ରହିବେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ

The Indian Express
49

ଭାରତର ସବୁଠାରୁ ଧନ୍ୟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଆଗାମୀ ଡିସେମ୍ବର ୧୨ ତାରିଖରେ ଆନନ୍ଦ ପୀରାମଲଙ୍କୁ ବିବାହ କରିବେ। ବିବାହ ପରେ ଈଶା ଓ ପୀରାମିଲ କେଉଁଠି ରହିବେ,ତାହା ଏବେ ଜଣାଯାଇଛି।

କୁହାଯାଉଛି ଆନନ୍ଦଙ୍କ ପିତା ଅଜୟ ପୀରାମଲ୍‌ ୪୫୨ କୋଟି ଟଙ୍କାରେ ମୁମ୍ବାଇର ଓ୍ୱର୍ଲି ସି ଫେସ୍‌ସ୍ଥିତ ଏକ ବଡ଼ ବଙ୍ଗଳା କିଣିଛନ୍ତି। ଏହା ଆଗରୁ ହିନ୍ଦୁସ୍ତାନ୍‌ ୟୁନିଲିଭରର ପ୍ରପର୍ଟି ଥିଲା। ଏହାକୁ ୨୦୧୨ରେ ଅଜୟ ପୀରାମଲ କିଣିଥିଲେ। ଏହି ବଙ୍ଗଳାରେ ରହିବେ ଆନନ୍ଦ ଓ ଈଶା। ୫୦ ହଜାର ବର୍ଗ ଫୁଟ୍‌  ଅଞ୍ଚଳ ଉପରେ ନିର୍ମିତ ଏହି ବଙ୍ଗଳାର ଇଣ୍ଟିରିଅର୍‌ ଫିନିସିଂ କାମ ଡିସେମ୍ବର ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଜଣାଯାଇଛି।

isha

ଈଶାଙ୍କ ଭାବୀ ଶ୍ୱଶୁର ଅଜୟ ପୀରାମଲ ସାରା ବିଶ୍ୱରେ ଜଣେ ଧନୀ ବ୍ୟବସାୟୀ ଭାବେ ଜଣାଶୁଣା। ତାଙ୍କର ଫର୍ମାସ୍ୟୁଟିକାଲ୍‌, ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌, ରିଅଲ ଇଷ୍ଟେଟ୍‌,ଆଇଟି ଓ ଗ୍ଲାସ ଫ୍ୟାକେଜିଂ ଆଦି ବ୍ୟବସାୟ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More