Only for Entertainment

ନାଲି ଫ୍ରକ ପାଇଁ ଅଧଘଣ୍ଟା ଅଟକିଲା ଟ୍ରେନ !

123RF
27

ଉତ୍ତରପ୍ରଦେଶର ଫରୁଖାବାଦରେ ଏକ ୬ବର୍ଷର ଝିଅ ପାଇଁ ଅଧଘଣ୍ଟା ଧରି ଟ୍ରେନକୁ ଅଟକିବାକୁ ପଡ଼ିଲା । ଏହି ଝିଅଟି ଏକ ନାଲି ରଙ୍ଗର ଫ୍ରକ ପିନ୍ଧି ରେଳ ଧାରଣା ଉପରେ ବସି ରହିଥିଲା । ଦୂରରୁ ଆସୁଥିବା ଟ୍ରେନର ଚାଳକ କୌଣସି ବିପଦ ଥିବା ଆଶଙ୍କା କରି ଟ୍ରେନକୁ ରୋକିଦେଇଥିଲେ । ଏହି ଘଟଣାଟି ରବିବାର ଦେଖିବାକୁ ମିଳିଥିଲା । ଅଧଘଣ୍ଟା ଧରି ରେଳଧାରଣା ଉପରୁ ଝିଅଟି ନଉଠିବା ଦେଖି ବାଧ୍ୟରେ ଟ୍ରେନ ଡ୍ରାଇଭର ତଳକୁ ଓହ୍ଲାଇଥିଲେ ଏବଂ ଝିଅକୁ ଧାରଣାରୁ ବାହାରକୁ ନେଇଥିଲେ । ପରେ ଟ୍ରେନ ତା’ର ଗନ୍ତବ୍ୟ ପଥରେ ଯାତ୍ରା କରିଥିଲା ।

ଏହି ଟ୍ରେନଟି ମେନପୁରୀରୁ ଫାରୁଖାବାଦ ଯାଉଥିଲା । କଚ୍ଚହରି ରେଳଷ୍ଟେସନ ନିକଟରେ ଏହି ଘଟଣାଟି ଘଟିଥିଲା । ଟ୍ରେନ ଚାଳକଙ୍କ କହିବା ଅନୁସାରେ ବାରମ୍ବାର ହର୍ଣ୍ଣ ମାରିବା ସତ୍ତେୱ ଝିଅଟି ନଉଠିବାରୁ ମୁଁ ଯାଇ ଧାରଣାରୁ ଝିଅଟିକୁ ଉଠାଇ ଥିଲି । ଏ ସମ୍ପର୍କରେ ନିକଟସ୍ଥ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଯିବା ପରେ ରେଳ କର୍ମଚାରୀମାନେ ଝିଅଟିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More