ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ ।

ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣ ଧାରଣ କରିଥିଲେ କୃଷ୍ଣ ଅବତାର । ଘନ ଅନ୍ଧକାର ମଧ୍ୟରେ ନବଜାତ ଶିଶୁକୁ ବସୁଦେବ ମଥୁରାରୁ ନେଇ ଗୋପପୁରର ରାଜା ନନ୍ଦଙ୍କ ଘରେ ଛାଡି ଆସିଥିଲେ । ଯଶୋଦାଙ୍କ କୋଳରେ କଟିଥିଲା ମହାପ୍ରଭୁଙ୍କ ବାଲ୍ୟ କାଳ। ଶ୍ରୀକୃଷ୍ଣଙ୍କ ଆରାଧାନା ପାଇଁ ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ ଜମିଲାଣି । ସମସ୍ତଙ୍କ ମଙ୍ଗଳକାମନା କରି ଶ୍ରଦ୍ଧାଳୁ ଆଜି ନିର୍ଜଳା ଉପବାସ ମଧ୍ୟ କରୁଛନ୍ତି ।