‘ଜୁରାସିକ ୱାର୍ଲ୍ଡ’ର କରିବେ ‘କାର୍ଲିନ ଟ୍ରେବୋରୋ’
‘ଜୁରାସିକ ୱାର୍ଲ୍ଡ’ର ୩ୟ ଫିଲ୍ମର ନିର୍ଦ୍ଦେଶନା କରିବା ପାଇଁ ନିର୍ଦ୍ଦେଶକ କାର୍ଲିନ ଟ୍ରେବୋରୋ ଫେରି ଆସିଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ଏହି ନିର୍ଦ୍ଦେଶକ ପୁଣି ଥରେ ଫେରୁଛନ୍ତି କେବଳ ଜୁରାସିକର ପାର୍ଟ ୩ ପ୍ରସ୍ତୁତି କରିବା ନିମନ୍ତେ । ଏହି ବିଷୟରେ ତାଙ୍କ ସହ ଆଲୋଚନା କରାଯାଇଥିଲା ଏକ ସାକ୍ଷାତକାରରେ ।
ସ୍ପିଲବର୍ଗ କହିଛନ୍ତି , ‘କାର୍ଲିନ ଟ୍ରେବୋରୋ’ ଜୁରାସିକ ୱାର୍ଲ୍ଡ ନିଦ୍ଦେଶନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ଏବଂ ଏହି ଫିଲ୍ମର ରଚନା ପାଇଁ ନୂଆ ଆବିଷ୍କାର କରିବା ଆବଶ୍ୟକତା ରହିଛି । ଯେଉଁକାରଣରୁ କାହାଣୀକୁ ଏକ ନୂଆ ପରିଚୟ ମିଳି ପାରିବ । ଏହି ଫିଲ୍ମ ୨୦୨୧ରେ ରିଳିଜ ହେବାର ସମ୍ଭାବନା ରହିଛି ।