ପପ ସିଙ୍ଗର ଜଷ୍ଟିନ କଲେ ନିର୍ବନ୍ଧ , ଫଟୋ ଶେୟାର କରି ଜଣାଇଲେ ଏହି ଖବର ।
କନେଡିଆନ ସିଙ୍ଗିଙ୍ଗ ସେନସେଶନ ଜଷ୍ଟିନ ବିବରଙ୍କୁ ନେଇ ଏଭଳି ଖବର ସାମ୍ନାକୁ ଆସିଛି ଯାହା କୋଟି କୋଟି ଝିଅଙ୍କ ହୃଦୟକୁ ଆଘାତ କରିପାରେ । ଜଷ୍ଟିନ ନିଜର ଏକ୍ସ ଗର୍ଲଫ୍ରେଣ୍ଡ ହ୍ୟାଲି ବାଲ୍ଡବିନଙ୍କ ସହ ପାଚଅପ କରିଥିଲେ ଏବଂ ଖବର ଶୁଣିବାକୁ ମିଳିଛି ଯେ ଦୁହେଁ ବାହମାସରେ ନିର୍ବନ୍ଧ କରିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ମାତ୍ର୍ର ୨୪ବର୍ଷ ବୟସରେ ନିଜର ସୁନ୍ଦର କଣ୍ଠରେ ସମସ୍ତଙ୍କ ହୃଦୟରେ ଜାଗା ପାଇଥିବା ଜଷ୍ଟିନ ୨୦୧୬ପାଖାପାଖି ହାଲିଙ୍କୁ ଡେଟ କରୁଥିଲେ । ହାଲିଙ୍କ ସହ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ମାତ୍ର କିଛି ଦିନ ପରେ ଦୁହିଁଙ୍କୁ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ମାତ୍ର ଅଚାନକ ଦୁହିଁଙ୍କୁ ଏକାସହ ବାହମସରେ ଦେଖିବାକୁ ମିଳିଥିଲା ।
ସେଠାରେ ଥିବା ଏକ ରେସ୍ତୋରାଁରେ ଜଶ୍ଟିନ ହାଲିଙ୍କୁ ପ୍ରପୋଜ କରିଥିଲେ ଏବଂ ତାଙ୍କୁ ମୁଦି ପିନ୍ଧାଇଥିଲେ । ଦୁହିଁଙ୍କ ନିର୍ବନ୍ଧ ଖବର ଶୁଣିବାକୁ ମିଳିଥିଲା ମାତ୍ର ଏବେ ଜଷ୍ଟିନ ସୋସିଆଲ ମିଡିଆ ଜରିଆରେ ନିଜର ନିର୍ବନ୍ଧ ଖବର ପୁୂଷ୍ଟି କରିଛନ୍ତି । ଏହାସହ ସେ ସେ ଏକ ଦୁହିଁଙ୍କ ସୁନ୍ଦର ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ମଧ୍ୟ ଇନଷ୍ଟାଗ୍ରାମ ଶେୟାର କରିଛନ୍ତି । ଏହି ଫଟୋରେ ଜଷ୍ଟିନ ଏବଂ ହାଲିଙ୍କ ସୁନ୍ଦର କେମେଷ୍ଟ୍ରି ପରିଷ୍କାର ନଜର ଆସିଛି ।
ଏବେ ପ୍ରଶଂସକ ମାନେ ଅପେକ୍ଷାରେ ଅଛନ୍ତି ଯେ ଏହି ଖବର ଶୁଣି ସେଳିନା ଗୋମ୍ଜ କିଭଳି ପ୍ରତିକ୍ର୍ରିୟା ଦେଉଛନ୍ତି ମାତ୍ର ସେଲିନାଙ୍କ ସୋସିଆଲ ଅକାଉଂଟରୁ ଏଭଳି କିଛି ଦେଖିବାକୁ ମିଳିନାହିଁ । ଏଥିରୁ ଜଣା ପଡିଛି ଯେ ତାଙ୍କୁ ଏସବୁରୁ କୌଣସି ଫରକ ପଡୁନାହିଁ । ଏଠାରେ ଆକେ କହି ରଖୁଛୁ ଯେ ସେଲିନା ଏବେ ନିଜ ଫ୍ରେଣ୍ଡଙ୍କ ସହ ଛୁଟିର ମଜା ନେଉଛନ୍ତି ।