Only for Entertainment

ସଲମାନଙ୍କ ପାଇଁ ୩ ଘଂଟା ଅପେକ୍ଷା କଲେ କମଲ ହାସନ, ଏହା ଥିଲା ବାସ୍ତବ କାରଣ ।

amarujala
0 34

ଦକ୍ଷିଣ ଭାରତର ପ୍ରସିଦ୍ଧ ଆକ୍ଟର ଫିଲ୍ମ ବିଶ୍ୱରୂପମ ଟୁର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଉଭୟ ତାମିଲ ଏବଂ ହିନ୍ଦୀରେ ନିର୍ମାଣ ହୋଇଛି । ଫିଲ୍ମର ପ୍ରମୋଶନ ପାଇଁ କମଲ ହାସନ କୌଣସି ମୌକା ଛାଡ଼ୁ ନାହାଁନ୍ତି । ଫିଲ୍ମର ହିନ୍ଦୀ ଭର୍ସନକୁ ପ୍ରମୋଟ କରିବା ପାଇଁ ସେ ଟିଭିର କେତେକ ଶୋ’ରେ ଯୋଗ ଦେଉଛନ୍ତି ।

ଫିଲ୍ମର ପମୋଶନ ପାଇଁ କମଲ ହାସନ ଆକ୍ଟ୍ରେସ ପୂଜା କୁମାରଙ୍କ ସହିତ ସଲମାନଙ୍କ ଶୋ ଦଶ କା ଦମରେ ଯାଇ ପହଂଚିଥିଲେ । ଅବଶ୍ୟ ଏହାର ସୁଟିଂ ଏକ ମାସ ପୂର୍ବରୁ ହୋଇଥିଲା ଏବଂ ଏହାର ଟେଲିକାଷ୍ଟ ଗତ କାଲି ହୋଇଛି । ଏହି ଶୋ’ରେ କମଲ ହାସନ ଖୁବ କମ ସମୟ ପାଇଁ ଆସିଥିଲେ । ଯଦିଓ ସଲମାନ ଏବଂ କମଲ ହାସନ ଲୋକଙ୍କୁ ଖୁବ ଏଂଟରଟେନ କରାଇଥିଲେ ତଥାପି ପରଦା ପଛରେ କିଛି ଠିକ ନଥିଲା ।

ଖବର ଅନୁସାରେ କମଲ ହାସନ ଏବଂ ପୂଜା କୁମାର ତାଙ୍କ ଟିମ ସହିତ ଦଶ କା ଦମ ସେଟରେ ପହଂଚି ଯାଇଥିଲେ କିନ୍ତୁ ସଲମାନ ଖୁବ ବିଳମ୍ବରେ ପହଂଚିଥିଲେ । ସେମାନେ ସଲମାନଙ୍କୁ ଖୁବ ଅପେକ୍ଷା କଲେ । ଏହା ହେଉଛି ପ୍ରଥମ ଥର ଯେତେବେଳେ କମଲ ହାସନ କୌଣସି ଫିଲ୍ମକୁ ହିନ୍ଦୀ ମାର୍କେଟ ପାଇଁ ଏତେ ପ୍ରମୋଟ କରୁଛନ୍ତି ।

ଅବଶ୍ୟ ଖବର ଅନୁସାରେ ସଲମାନ ଯେତେବେଳେ ସେଟରେ ପହଂଚିଲେ ଖୁବ ପ୍ରେମ ଏବଂ ଆଦର ସହିତ କମଲ ହାସନଙ୍କୁ ସହିତ ସାକ୍ଷାତ କଲେ । ତେଣୁ କମଲ ହାସନ ଆଦୌ ନାରାଜ ହେଲେ ନାହିଁ । କମଲ ହାସନଙ୍କ ଫିଲ୍ମ ବିଶ୍ୱରୂପମ ଟୁ ୧୦ ଅଗଷ୍ଟକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More