Only for Entertainment

ଜାଣନ୍ତୁ କିଭଳି ଆରମ୍ଭ ହେଲା ଶୁକ୍ଳପକ୍ଷ ଏବଂ କୃଷ୍ଣପକ୍ଷ

punjabkeshari
64

ମାସକୁ ଯେତେଦିନ ଆସେ ତାହାର ଗଣନା ଚନ୍ଦ୍ରଙ୍କର ଗତିପଥକୁ ନେଇ ଆକଳନ କରଯାଏ । ଚନ୍ଦ୍ରଙ୍କ କଳା କଳା ଅଂଶ କମ ହେବା ବା ଅଧିକ ହେବାକୁ ନେଇ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯାହାକୁ କୃଷ୍ଣପକ୍ଷ ଏବଂ ଶୁକ୍ଳପକ୍ଷ କୁହାଯାଏ । ପୂର୍ଣ୍ଣିମାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦିନକୁ କୃଷ୍ଣପକ୍ଷ କୁହାଯାଏ । ଅମାବାସ୍ୟାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମୟକୁ ଶୁକ୍ଳପକ୍ଷ କୁହାଯାଏ । କିନ୍ତୁ କ’ଣ କେହି କେବେ ଭାବିଛନ୍ତି କି ଏହି ଦୁଇପକ୍ଷ କିଭଳି ଆରମ୍ଭ ହେଲା । ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା କ’ଣ କହେ ପୁରାଣ ।

ପୌରାଣିକ ଗ୍ରନ୍ଥ ଅନୁସାରେ ଦକ୍ଷ ପ୍ରଜାପତି ତାଙ୍କ ୨୭ ଝିଅଙ୍କ ବିବାହ ଚନ୍ଦ୍ରଙ୍କ ସହିତ କରିଥିଲେ । ଏହି ୨୭ ଝିଅ ହେଉଛନ୍ତି ୨୭ ନକ୍ଷତ୍ର ଏବଂ ଅଭିଜିତ ନାମକ ଏକ ପୁରୁଷ ନକ୍ଷତ୍ର ମଧ୍ୟ ଅଛି । କିନ୍ତୁ ଚନ୍ଦ୍ର କେବଳ ରୋହିଣୀକୁ ପ୍ରେମ କରୁଥିଲେ । ଏହି ମଧ୍ୟରେ ଅନ୍ୟ ସ୍ତ୍ରୀ ମାନେ ତାଙ୍କ ବାପାଙ୍କୁ ଅଭିଯୋଗ କଲେଯେ ତାଙ୍କ ପତ୍ନୀ ସେମାନଙ୍କ ସହିତ ପତି ଧର୍ମ ପାଳନ କରୁନାହାଁନ୍ତି । ଦକ୍ଷ କହିବା ପରେ ମଧ୍ୟ ଚନ୍ଦ୍ର ଶୁଣିଲେ ନାହିଁ ଏବଂ ସେ କେବଳ ରୋହିଣୀଙ୍କୁ ପ୍ରେମ କଲେ । ଯାହାପରେ ଚନ୍ଦ୍ରଙ୍କ ଉପରେ କ୍ରୋଧିତ ହୋଇ ଦକ୍ଷ ତାଙ୍କୁ କ୍ଷୟ ରୋଗର ଅଭିଶାପ ଦେଲେ । ଯାହାପରେ ଚନ୍ଦ୍ରମାଙ୍କ ତେଜ କମ ହେବାକୁ ଲାଗିଲା । ଏହାପରେ ଚନ୍ଦ୍ରଙ୍କ ଶେଷ ସମୟ ନିକଟତର ହେବାକୁ ଲାଗିଲା । ତାହାପରେ ସେ ବ୍ରହ୍ମାଙ୍କ ନିକଟକୁ ଗଲେ ସହାୟତା ପାଇଁ । ଶିବଙ୍କୁ ଆରାଧନା କରିବା ପାଇଁ ବ୍ରହ୍ମା ଚନ୍ଦ୍ରଙ୍କୁ କହିଲେ । ଆରାଧନାରେ ପ୍ରସନ୍ନ ହୋଇ ଶିବ ପ୍ରଭୁ ଚନ୍ଦ୍ରମାଙ୍କୁ ତାଙ୍କ ଜଟାରେ ସ୍ଥାନ ଦେଲେ । ଏହାପରେ ଚନ୍ଦ୍ରଙ୍କ ତେଜ ଫେରିବାକୁ ଲାଗିଲା । ଏହିଥରୁ ଆରମ୍ଭ ହେଲା ଶୁକ୍ଳପକ୍ଷ । ଦକ୍ଷ ପ୍ରଜାପତି ଥିଲେ, ତେଣୁ ଚନ୍ଦ୍ର ସଂପୂର୍ଣ୍ଣ ଭାବରେ ଅଭିଶାପରୁ ମୁକ୍ତ ହୋଇପାରିଲେ ନାହିଁ । ତେଣୁ ଅଧା ସମୟ ଶୁକ୍ଳପକ୍ଷ ହେଲେ ମାସର ଅଧା ସମୟ କୃଷ୍ଣପକ୍ଷ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More