Only for Entertainment

ଆଫ୍ରିକାର ବୃହତ୍ତମ ନିଛାଟିଆ ହ୍ରଦ ‘ତୁର୍କାନା ହ୍ରଦ’

21

ଆଫ୍ରିକାର ବଡ଼ ହ୍ରଦଗୁଡ଼ିକ ମଧ୍ୟରେ ତୁର୍କାନା ଅନ୍ୟତମ। ଏହାର ଅନ୍ୟ ନାମ- ଲେକ୍‌ ରୁଡୋଲ୍‌ଫ ତଥା ଜେଡ୍‌ ସି। ଏହା ୧୬୧,୪୮୫ ହେକ୍‌ଟର‌୍‌ ଏକର‌୍‌ ଅଞ୍ଚଳକୁ ବ୍ୟାପ୍ତ। ଏହା ପୂର୍ବ ଆଫ୍ରିକାର ସବୁଠାରୁ ଲବଣାକ୍ତ ହ୍ରଦ। ଏହା ଏକ ଜାତୀୟ ଉଦ୍ୟାନ। ଏହା ବିଶ୍ୱର ବୃହତ୍ତମ ନିଛାଟିଆ ହ୍ରଦ। ଏହାର ଆଖ-ପାଖରେ ଜନବସତି ପ୍ରାୟ ନାହିଁ। ଏହାକୁ ଘେରିରହିଥିବା ସ୍ଥଳ-ଭାଗର ଅଧିକା˚ଶ ଅତ୍ୟନ୍ତ ଶୁଷ୍କ ଓ ଟାଙ୍ଗରା। ଜୀବନ୍ତ ପ୍ରାଣୀ ଓ ବୃକ୍ଷ-ଲତା ସ˚ଖ୍ୟା ଅତି ସୀମିତ।

ତୁର୍କାନାର ଲମ୍ବ ୨୪୯ କିଲୋମିଟର‌୍‌ ଏବ˚ ସବୁଠାରୁ ଓସାରିଆ ସ୍ଥାନର ଓସାର ୪୪ କିଲୋମିଟର‌୍‌। ଗଭୀରତମ ସ୍ଥାନର ଗଭୀରତା ୩୦ ମିଟର‌୍‌। ଏହା ନୀଳ ନଦୀ କୁମ୍ଭୀର, ଜଳହସ୍ତୀ ଓ ବିଭିନ୍ନ ପ୍ରକାରର ବିଷାକ୍ତ ସାପଙ୍କ ଏକ ମୁଖ୍ୟ ପ୍ରଜନନ ଭୂଇଁ। ୧୯୯୭ରେ ଏହାକୁ ବିଶ୍ବ ଐତିହ୍ୟ ମାନ୍ୟତା ମିଳିଥିଲା। ତୁର୍କନା ହ୍ରଦ ଏବେ ବିପଦ ମୁହଁରେ। ଓମୋ ନଦୀର ଜଳ ଦ୍ବାରା ଏହା ପରିପୁଷ୍ଟ। ଇଥିଓପିଆରେ ଏହି ନଦୀ ଉପରେ ବିଶାଳ ବନ୍ଧ ନିର୍ମାଣ କାରଣରୁ ତୁର୍କାନାରେ ଜଳ ପରିମାଣ ହ୍ରାସ ପାଉଛି। ଯଦି ଏହି ଧାରା ଅବ୍ୟାହତ ରହେ, ଭବିଷ୍ୟତ୍‌ରେ ଏହି ହ୍ରଦ ଜଳଶୂନ୍ୟ ହୋଇଯାଇପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More