Only for Entertainment

ବଢୁଥିବା ବୟସରେ ଏଭଳି ମେକ ଅପ କରନ୍ତୁ,ତ୍ୱଚା କମାଲ ଦେଖାଯିବ ।

Reader's Digest
0 80

ବୟସ ବଢିବା ସହିତ ତ୍ୱଚାରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ । ଧୀରେ ଧୀରେ ତ୍ୱଚାର ରଙ୍ଗ ପରିବର୍ତ୍ତନ ହୋଇଯାଏ ଏବଂ ତ୍ୱଚା ମଳିନ ପଡ଼ିଯାଏ । ତେଣୁ ତାହାର ଯତ୍ନ ନେବା ପାଇଁ ବିଭିନ୍ନ ପ୍ରକାରର ଉପାଦାନ ମିଳୁଛି । କିନ୍ତୁ ତାହାର ସଦୁପଯୋଗ ହେବା ଉଚିତ । ଯତ୍ନ ନେବା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯିବା ସହିତ ହେଲଦୀ ରହିବ ।

ତେବେ ସର୍ବଦା ତ୍ୱଚାରେ କ୍ଲିଂଜର ଲଗାନ୍ତୁ,ଏହାପରେ ତ୍ୱଚାକୁ ଟୋନିଂ କରନ୍ତୁ । ଟୋନି ସରିବା ପରେ ମଏଶ୍ଚରାଇଜର ବ୍ୟବହାର କରନ୍ତୁ । ମନେ ରଖିବେ ଯେପରି ଟୋନରରେ ଆଲକହଲ ନଥିବ । କାରଣ ସୂର୍ଯ୍ୟର ହାନିକାରକ କୀରଣରେ ତ୍ୱଚା ନଷ୍ଟ ହୋଇଯାଏ । ଚେହେରାରେ ବ୍ରାଉନ ସ୍ପଟ ଦେଖାଯାଏ । ତେଣୁ ଡିକ ସମୟରେ ତାହାର ଯତ୍ନ ନେଲେ ଏଥିରୁ ମୁକ୍ତି ମିଳିବ ।

ଖରାକୁ ବାହାରିବା ପୂର୍ବରୁ ସନସ୍କ୍ରିନର ବ୍ୟବହାର କରନ୍ତୁ । ତେବେ ବୟସ ବଢିବା ସହିତ ଆପଣ ହେଭି ମେକଅପ ପରିବର୍ତ୍ତେ ହାଲକା ମେକଅପ ନିଅନ୍ତୁ । ମେକ ଅପ ସର୍ବଦା ହାଲକା ରଙ୍ଗର ହେବା ଉଚିତ । ବ୍ରାଇଟ ରଙ୍ଗ ତ୍ୱଚା ପାଇଁ କ୍ଷତିକାରକ । ଏହି ରଙ୍ଗ ବ୍ୟକ୍ତିତ୍ୱର ମୂଲ୍ୟ ମଧ୍ୟ ବଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More