Only for Entertainment

ଦେଖନ୍ତୁ କିଭଳି ସମୁଦ୍ର ଲହଡି ମଧ୍ୟରୁ ଶିଶୁକୁ ବଂଚାଉଛି ଏହି କୁକୁର !

0 42

ସମୁଦ୍ର ଲହରୀେରେ ଛୁଆଟି ଖେଳୁଥିଲା । ସେହି ସମୟରେ ଢେଉ ଜୋର ହେବାରୁ ପାଖରେ ଥିବା ଏକ କୁକୁରକୁ ବିପଦର ଆଶଙ୍କା ହୋଇଛି । ସେ ପିଲାଟିର କପଡାକୁ ନିଜ ଦାନ୍ତରେ ଧରି ଟାଣି ଟାଣି ସମୁଦ୍ର କୂଳକୁ ନେଇ ଆସିଛି । ଏହି ଘଟଣା ଜାଣିବା ପରେ ସୋସିଆଲ ମିଡିଆରେ କୁକୁରର ଖୁବ ପ୍ରଶଂସା ହେବାରେ ଲାଗିଛି ।

ମିଡିଆ ରିପୋର୍ଟ ମୁତାବକ , ଏହି ଘଟଣା ଫ୍ରାନ୍ସର ଅଟେ । ଯେଉଁଠାରେ ଗୌବିଲ-ସୁର-ମେର ପାଖରେ ଏକ ମାଇଟାସ ନାମକ ଝିଅ ସ୍ୱିମିଙ୍ଗ କରୁଥିଲେ । ଏହି କୁନି ଝିଅଟି କୁକୁର ମାଲିକଙ୍କ ଝିଅ, ଯାହାକୁ ସମୁଦ୍ର ଲହଡିରୁ ବଂଚାଇ ଆଣିଛି ଏହି କୁକୁର । ଇଂଟରନେଟରେ ଏହି ଘଟଣାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଏବେ ପର୍ଯ୍ୟନ୍ତ ୧ମିଲିଅନ ରୁ ଅଧିକ ଥର ଦେଖାଯାଇସାରିଲାଣି । ଏହି ଭିଡିଓ ୩ଅଗଷ୍ଟରେ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More