Only for Entertainment

ପତ୍ନୀଙ୍କୁ କିସ୍ କରି ଫଟୋ ସେୟାର କଲେ ସୁପରଷ୍ଟାର ମହେଶ ବାବୁ, ଭାଇରାଲ ହେଉଛି ଫଟୋ

morningtelugu
0 76

ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ‘ଭାରତ ଏଏନ ନେନୁ’ ବକ୍ସ ଅଫିସରେ କମାଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ୧୬୦ କୋଟିରୁ ଅଧିକ ଆୟ କରିସାରିଛି । କିନ୍ତୁ ନିକଟରେ ମହେଶ ବାବୁଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଚର୍ଚ୍ଚାରେ ରହିଛି । ସେୟାର କରାଯାଇଥିବା ଫଟୋରେ ମହେଶ ବାବୁ ତାଙ୍କ ପତ୍ନୀ ଏବଂ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କୁ କିସ କରିଥିବା ନଜର ଆସିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଥ୍ୟାଙ୍କୟୁ ମାଇଁ ଲଭ ।

 

Thankyou my love ❤

A post shared by Mahesh Babu (@urstrulymahesh) on

ନମ୍ରତା ଏହାର ଉତ୍ତରରେ ଲେଖିଛନ୍ତି ‘ଆଇ ଲଭ ୟୁ ମାଇଁ ଲଭ ।’ ଏହି ପୋଷ୍ଟରେ ମହେଶ ବାବୁଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଦେବା ସହିତ ନିଜର ଖୁସିକୁ ଦର୍ଶାଇଛନ୍ତି । କିନ୍ତୁ କିଛି ଫ୍ୟାନ୍ସଙ୍କୁ ତାଙ୍କର ଏହି ଫଟୋ ପସନ୍ଦ ଆସିନାହିଁ ।

ଫିଲ୍ମ ‘ଭାରତ ଏଏନ ନେନୁ’ ଏକ ପଲିଟିକାଲ ଥ୍ରୀଲର ହୋଇଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି କୋଟାଲା ଶିବ । ଏହି ଫିଲ୍ମରେ ଏମ ଏସ ଧୋନୀ ଫେମ୍ ଅଭିନେତ୍ରୀ କିୟାରା ଅଡବାଣୀ ଲିଡ ରୋଲରେ ନଜର ଆସିଛନ୍ତି । ଫିଲ୍ମ ପ୍ରଥମ ଦିନ ଆନ୍ଦ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ଯଥାକ୍ରମେ ୨୩ ଏବଂ ୫୨ କୋଚଟିର ବ୍ୟବସାୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More