Only for Entertainment

ମାଲପୁଆ ପ୍ରସ୍ତୁତି ପ୍ରଣାଳୀ

JustHindi
0 113

ସାମଗ୍ରୀ

ତେଲ, ଲୁଣ, ମଇଦା, ପାନ ମଧୁରୀ, ବାଦାମ, କଦଳୀ, ଚିନି, ଖାଇବା ସୋଢ଼ା, ଗୁଜରାତି ଗୁଣ୍ଡ

ପ୍ରଣାଳୀ

ପ୍ରଥମେ କିଛି ମଇଦାକୁ ଗୋଟିଏ ପାତ୍ରରେ ପାଣିରେ ଗୋଳାନ୍ତୁ। ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଖାଇବା ସୋଢ଼ା ପକାନ୍ତୁ। ତାକୁ ଭଲ ଭାବରେ ଗୋଳାଇବା ପରେ କିଛି ସମୟ ରଖି ଦିଅନ୍ତୁ। ପାନ ମଧୁରୀ ଓ ବାଦାମ ପକାନ୍ତୁ। ଏହାସହ କିଛି କଦଳୀ ପକାଇ ଗୋଳାନ୍ତୁ। ପରେ କଢେଇରେ ତେଲ ଗରମ କରନ୍ତୁ। ଏହି ପେଷ୍ଟକୁ ପିଠା କରିବା ଭଳି ପତଳା କରି ପକାନ୍ତୁ। ନାଲି ଅଂଶ ଆସିବ ଯାଏଁ ତାକୁ ଏପଟସେପଟ ଲେଉଟାନ୍ତୁ। ଉଭୟ ପାଖ ନାଲି ହୋଇଗଲା ପରେ ତାଙ୍କୁ ପ୍ଲେଟ୍‌ରେ କାଢ଼ି ଆଣନ୍ତୁ। ତାପରେ ଗୋଟିଏ ପାତ୍ରରେ ଚିନି ଶିରା କରନ୍ତୁ। ଚିନି ଶିରାରେ କିଛି ଗଜରାତି ଗୁଣ୍ଡ ପକାନ୍ତୁ। ପରେ ସେହି ଚିନି ଶିରାରେ ଛଣା ଯାଇଥିବା ମାଲପୁଆ ପକାନ୍ତୁ। ତାକୁ କିଛି ସମୟ ଶିରାରେ ବୁଡାଇ ରଖନ୍ତୁ। ତା’ରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ମାଲପୁଆ।

ସଜାଇବାକୁ ଚାହୁଁଥିଲେ ବାଦାମ ଓ କାଜୁକୁ ପିସ୍‌ ପିସ୍‌ କରି ମାଲପୁଆରେ ରଖି ସଜାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More