Only for Entertainment

ଫେସବୁକ ନେଲା ମହିଳାଙ୍କ ଜୀବନ,ଭାଇରାଲ ହେଲା ଭିଡ଼ିଓ

daily mirror
0 42

ଫେସବୁକ ସହିତ ସଂପର୍କ ମହିଳାଟିକୁ ଏତେ ଭାରି ପଡ଼ିଲାଯେ ଶେଷରେ ତାଙ୍କର ଜୀବନ ଗଲା । ଘଟଣାଟି ଘଟିଛି ପଶ୍ଚିମ ବଙ୍ଗର ଦକ୍ଷିଣୀ କୋଲକତାର ଚେତାଲା ସ୍ଥାନରେ । ମହିଳାଟିର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତା’ର ପତି ତାକୁ ହତ୍ୟା କରିଛି ଏବଂ ପୋଲିସ ଦ୍ୱାରା ଗିରଫ ହୋଇଛି ।

ପୋଲିସର ରିପୋର୍ଟ ଅନୁସାରେ ସୁରଜିତଙ୍କର ସ୍ଥାନୀୟ ଲୋକଙ୍କ ସହିତ ସଂପର୍କ ଖୁବ ଭଲ । ଅନ୍ୟ ପାଶ୍ୱର୍ରେ ତା’ ପତ୍ନୀ ତୁପାକୁ ଫେସବୁକର ନିଶା ଘାରିଥିଲା । ଯାହାକୁ ନେଇ ଦୁଇଜଣଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହିଥିଲା । ଘଟଣା ଏତେ ତୀବ୍ର ହେଲାଯେ ସୁରଜିତ ତୁପାଙ୍କୁ ଛୁରୀ ଦ୍ୱାରା ହତ୍ୟା କଲା ଏବଂ ତାକୁ କପଡ଼ାରେ ବାନ୍ଧି ଫ୍ୟାନରେ ଝୁଲାଇବାର ପ୍ରୟାସ କରିଥିଲା । ଏହାପରେ ସେମାନଙ୍କ ପୁଅ ଏହି ବିଷୟରେ ଆଖପାଖ ଲୋକଙ୍କୁ ଜଣାଇଥିଲା ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ସୋସିଆଲ ମିଡ଼ିଆରେ ଖୁବ ମାତ୍ରାରେ ଭାଇାରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More