Only for Entertainment

ମସଲା ଚିକେନର ସରଳ ପ୍ରସ୍ତୁତି ପ୍ରଣାଳୀ ।

Yummy Indian Kitchen
0 53

ଆବଶ୍ୟକୀୟ ସାମଗ୍ରୀ- ଚିକେନ,ଅଦା ଓ ରସୁଣ ବଟା,କଟା ପିଆଜ,ଜିରା,ଲଙ୍କା ଗୁଣ୍ଡ,ହଳଦୀ,ତେଲ,ଲୁଣ,ଭୃସଙ୍ଗ ପତ୍ର,ସୋରିଷ,ଗୋଲମରିଚ ଗୁଣ୍ଡ,ଧନିଆ ଗୁଣ୍ଡ,ନଡ଼ିଆ ପେଷ୍ଟ,ଜଳ ଏବଂ ପୋସ୍ତ ପେଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ରଖନ୍ତୁ । ଏହାପରେ ପ୍ରେସର କୁକର ଗରମ କରି ତେଲ ପକାନ୍ତୁ । ଏହାପରେ କଯା ପିଆଜ ପକାଇ ରଙ୍ଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା ଓ ରସୁଣ ବଟା ପକାନ୍ତୁ । କିଛି ସମୟ ପରେ ସମସ୍ତ ଶୁଖଲା ମସଲା ଗୁଣ୍ଡ ଓ ଲୁଣ ପକାନ୍ତୁ । କିଛି ସମୟ କଷି ହେବା ପରେ କଟା ଟମାଟୋ ପକାନ୍ତୁ । ମସଲାକୁ ଭଲ ଭାବରେ କଷନ୍ତୁ । ଏହାପରେ ଚିକେନ ପକାଇ ୫ ମିନିଟ ପର୍ଯ୍ୟନ୍ତ କଷନ୍ତୁ । ଏହାପରେ ମଧ୍ୟମ ଆଂଚରେ ଲିଡକୁ ୧୫ ମିନିଟ ପାଇଁ ଘୋଡ଼ାଇ ରଖନ୍ତୁ । ଲିଡ ବାହାର କରି ନଡ଼ିଆ ଓ ପୋସ୍ତ ବଟା ପକାନ୍ତୁ । ଏହାପରେ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ଓ ଫ୍ଲେମ ବନ୍ଦ କରି ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ମସଲା ଚିକେନ । ଏହାକୁ ରୁଟି,ନାନ କିମ୍ବା ରାଇସ ସହିତ ମଧ୍ୟ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More