Only for Entertainment

ନିର୍ବାଚନ ପ୍ରତିଶ୍ରୁତି ପୂରଣ ନକରିବା ମେୟରଙ୍କୁ ପଡିଲା ମହଙ୍ଗା, ମହିଳା ପୋଷାକ ପିନ୍ଧାଇ ରାଜ ରାସ୍ତାରେ ବୁଲାଇଲେ ଲୋକେ

Dailyhunt
207

ନିର୍ବାଚନ ପୂର୍ବରୁ ନେତାମାନେ ଦେଉଥିବା ବିଭିନ୍ନ ପ୍ରତିଶ୍ରୁତି, ଜିତିବା ପରେ ପାଳନ କରୁ ନ ଥିବା, ଅନେକ ଅଞ୍ଚଳରେ ଏକ ସାଧାରଣ କଥା। ମତଦାତା ପରେ ଏଥି ପାଇଁ ସେମାନଙ୍କୁ ପ୍ରଶ୍ନ କରୁ ନ ଥିବା ବି କିଛି ନୂଆ କଥା ନୁହେଁ। ତେବେ, ଭିନ୍ନ କିଛି ଘଟିଛି ମେକ୍‌ସିକୋରେ। ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ନ ଥିବା ଜଣେ ମେୟର‌୍‌ଙ୍କୁ ସ୍ଥାନୀୟ ମତଦାତା ପାନେ ଦେଇଛନ୍ତି। ତାଙ୍କୁ ମହିଳା ପୋଷାକ ପିନ୍ଧାଇ ପ୍ରାୟ ଚାରି ଘଣ୍ଟା ରାଜ-ରାସ୍ତାରେ ଚଲାଇ ବଡ଼ ହଟହଟା କରିଛନ୍ତିି। ହୁଇକ୍‌ସଟାନ୍‌ ସହରର ଏହି ମେୟର‌୍‌ଙ୍କ ନାମ ଜାଭିଅର‌୍‌ ସେବାସ୍‌ଟିଆନ୍‌ ଜିମିନେଜ୍‌ ସାନ୍‌ଟିଜ୍‌। ସେ ନିର୍ବାଚନ ଜିତିଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଥିବା ସମସ୍ତ ସମସ୍ୟା ଦୂର କରିଦେବେ ବୋଲି ସାଧାରଣ ପ୍ରତିଶ୍ରୁତିଟିଏ ଦେଇ, ଜିତିବା ପରେ କୌଣସି ପଦକ୍ଷେପ ନେଇ ନ ଥିଲେ।

ତେଣୁ, ତାଙ୍କୁ ମତଦାତାଙ୍କ ରୋଷର ଶିକାର ହେବାକୁ ପଡ଼ିଛି। କିଛି ଦିନ ତଳେ ହଠାତ୍‌ ଦଳେ ଲୋକ ଏକତ୍ର ହୋଇ, ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ତାଙ୍କ ସହ ଥିବା ଆଉ ଜଣେ ଅଧିକାରୀଙ୍କୁ ମଧ୍ୟ ଅଟକାଇଥିଲେ। ଦୁହିଁଙ୍କୁ ବଳପୂର୍ବକ ମହିଳା ପୋଷାକ ପିନ୍ଧାଇ ବାହାରକୁ ଆଣି, ପରିହାସର ପାତ୍ର କରିଥିଲେ। ମେୟର‌୍‌ ଭିଡ଼ କବଳରୁ ମୁକୁଳିବା ପରେ ସାମ୍ବାଦିକ ସମ୍ମିଳନୀ ଡକାଇ ସଫେଇ ଦେଇଥିଲେ ଯେ, ନଗରନିଗମର ପାଣ୍ଠି ନାହିଁ। ତେଣୁ, ସେ କୌଣସି ଯୋଜନା କାର୍ଯ୍ୟକାରୀ କରିପାରୁନାହାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More