Only for Entertainment

ମୁକେଶ ଅମ୍ବାନୀଙ୍କ ଡ୍ରାଇଭରର ଦରମା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍!

India Samvad
0 179

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରେ ଗଣା ମୁକେଶ ଅମ୍ବାନୀ ନିୟମିତ ନିଜ ଲାଇଫଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମୁକେଶଙ୍କ ଘର ମଧ୍ୟ ଦୁନିଆର ସବୁଠାରୁ ବିଳାଶପୂର୍ଣ୍ଣ ଘର ତାଲିକାରେ ସାମିଲ ରହିଛି । ମୁକେଶ ଅମ୍ବାନୀଙ୍କ ପାଖରେ ହେଲିକାପ୍ଟର ସହିତ ୫୦୦ ଭିନ୍ନ ଭିନ୍ନ ବ୍ରାଣ୍ଡର ଗାଡି ରହିଛି । ଲୋକେ ମୁକେଶ ଅମ୍ବାନୀଙ୍କ ଘରକୁ ସ୍ୱର୍ଗ କହିଥାନ୍ତି କାରଣ ଏଠାରେ ସମସ୍ତ ପ୍ରକାରର ସୁଖ ସୁବିଧା ଭରି ରହିଛି । କିନ୍ତୁ ଏବେ ମୁକେଶ ଅମ୍ବାନୀ ନୁହେଁ ତାଙ୍କ ଡ୍ରାଇଭର ଭାଇରାଲ ହୋଇଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ମୁକେଶ ଅମ୍ବାନୀ କିପରି ତାଙ୍କ ଡ୍ରାଇଭର ବାଛନ୍ତି ଏବଂ ତାଙ୍କୁ କେତେ ଦରମା ଦିଅନ୍ତି ଏହି ଭିଡିଓରେ ତାହାର ଖୁଲାସା ହୋଇଛି ।

mukesh-ambani

ଭିଡିଓରେ କୁହାଯାଇଛି ଯେ ମୁକେଶଙ୍କ ଘରର ଚାକର ହେବା ଏତେ ସହଜ ନୁହେଁ ତେବେ ଡ୍ରାଇଭର ହେବା କେତେ କଷ୍ଟା ତାହା ଆପଣ ଭାବି ପାରୁଥିବେ । ଅମ୍ବାନୀଙ୍କ ଡ୍ରାଇଭର ପଦ ହାସଲ କରିବା ପାଇଁ ଅନେକ ପରିକ୍ଷଣର ସାମ୍ନା କରିବାକୁ ପଡିଥାଏ । ଅମ୍ବାନୀଙ୍କ ଡ୍ରାଇଭର ଚୟନ କରିବା ପାଇଁ କମ୍ପାନୀ ଗୁଡିକୁ ଠିକା ଦିଆଯାଇଥାଏ । ଏହାପରେ କମ୍ପାନୀ ପୂର୍ଣ୍ଣ ପ୍ରଶିକ୍ଷଣ ଦେବା ପରେ ସଫଳ ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯାଇଥାଏ । ଯେପରି ଡ୍ରାଇଭର ଯେକୌଣସି ପରିସ୍ଥିତିକୁ ହ୍ୟାଣ୍ଡେଲ କରିପାରିବେ ।

ମୁକେଶ ଅମ୍ବାନୀଙ୍କ ଡ୍ରାଇଭରମାନଙ୍କୁ ମଧ୍ୟ ମୋଟା ଅଙ୍କର ଦରମା ଦିଆଯାଇଥାଏ । ମୁକେଶ ଅମ୍ବାନୀଙ୍କ ଜଣେ ଡ୍ରାଇଭର ମାସକୁ ୨ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଇଥାନ୍ତି ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More