Only for Entertainment

ମୁଲ୍କର ପ୍ରଥମ ପୋଷ୍ଟର ରିଲିଜ,ଋଷି କପୁରଙ୍କ ସହିତ ପ୍ରଥମ ଥର ନଜର ଆସିଲେ ତାପସୀ ପନ୍ନୁ ।

amarujala
0 36

ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବହୁ ଚର୍ଚ୍ଚିତ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ସାମାଜିକ ବିଷୟ ଉପରେ ଆଧାରିତ ଏହି ଫିଲ୍ମର ଦୁଇଟି ପୋଷ୍ଟର ଏକା ସାଙ୍ଗରେ ରିଲିଜ ହୋଇଛି । ଯେଉଁଥିରେ ପ୍ରଥମ ଫଟୋରେ ଋଷି ଅପରାଧୀ ଭାବରେ ନଜର ଆସିଥିବା ସମୟରେ ତାପସୀ ଓକିଲ ଭାବରେ ନଜର ଆସିଛନ୍ତି ।

ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ ତାଙ୍କ ସୋସିଆଲ ଆକାଉଂଟରେ ସେୟାର କରିଛନ୍ତି । ଏହା ସହିତ ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମ ୩ ଅଗଷ୍ଟକୁ ରିଲିଜ ହେବ । ଖବର ଅନୁସାରେ ଏହି ଫିଳ୍ମ ଏକ ସତ୍ୟ କାହାଣୀ ଉପରେ ଆଧାରିତ । ନାମ ସବାନା,ପିଙ୍ଗ ଏବଂ ବେବି ଭଳି ଫିଲ୍ମରେ ନଜର ଆସିଥିବା ତାପସୀଙ୍କ ଫଟୋ ଦେଖି ଜଣାପଉଛି ସେ ଏହି ଥର ମଧ୍ୟ ହୃଦୟଙ୍କୁ ଛୁଇଁବା ଭଳି କିଛି ଅଭିନୟ କରିବେ ।

ଫିଲ୍ମଟି ଏକ ପାରିବାରିକ କଳହକୁ ନେଇ ନିର୍ମାଣ କରାଯାଉଛି । ଯେଉଁଥିରେ ଋଷି ସମ୍ମାନ ପାଇଁ ଲଢୁଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More