Only for Entertainment

କର୍କଟ ରୋଗରୁ ରକ୍ଷା ପାଇଁ ବେଶ ଉପକାରୀ ଏହି ଜିନିଷ ।

44

ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଦ୍ୱାରା ଶରୀରର ଓଜନ ସନ୍ତୁଳିତ ରହିଥାଏ। ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଅତ୍ୟଧିକ ଓଜନ ହ୍ରାସ କିମ୍ବା ବୃଦ୍ଧି ଭଳି ସମସ୍ୟା ଦେଖା ଦିଏନାହିଁ।

 ଏହି ତେଲ ଶରୀରରେ କ୍ୟାନ୍ସର କୋଷକୁ ବୃଦ୍ଧି ହେବାକୁ ଦିଏ ନାହିଁ।

ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟ୍ରଲର ମାତ୍ରା ସଠିକ୍ ରହୁଥିବାରୁ ଏହା ହୃଦଘାତ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

କଞ୍ଚା ସୋରିଷ ତେଲ ସର୍ଦ୍ଦି-କାଶ ଆଦି ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଖାଦ୍ୟ ବ୍ୟତୀତ ଦେହ ଓ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଥଣ୍ଡା ରୋଗୀଙ୍କୁ ଉପକାର ମିଳିଥାଏ।

 ଭୋକ ନ ହେଲେ ଜବରଦସ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ସହଜରେ ହଜମ ନ ହୋଇ ସମସ୍ୟା ସୃଷ୍ଟି କରିଥାଏ। ତେବେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ ଏବଂ ଠିକ୍ ସମୟରେ ଭୋକ ଲାଗିଥାଏ।

 ନିୟମିତ କେଶରେ ସୋରିଷ ତେଲ ଲଗାଇବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ। ରୁପି, କେଶ ଝଡ଼ିବା, ଫାଟିବା, ରୁକ୍ଷ ହେବା ଆଦି ସମସ୍ୟା ଦୂରେଇଯାଏ।

ଓଠ ଓ ପାଦ ଫାଟୁଥିଲେ ଆପଣ ଶୋଇବା ପୂର୍ବରୁ ସୋରିଷ ତେଲ ମାଲିସ୍ କରି ଶୁଅନ୍ତୁ। ଏହାଦ୍ବାରା ଖୁବଶୀଘ୍ର ଲାଭ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More