Only for Entertainment

ପତିଙ୍କ କାନ୍ଧରେ ବସି ୱାର୍କଆଉଟ କଲେ ନାଗୀନ୩ର ଏହି ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ

khabarNDTV
0 48

ନାଗୀନ ୩ରେ ବିଷର ଭୂମିକାରେ ନଜର ଆସୁଥିବା ଅନୀତା ହସନନ୍ଦାନୀ ଟିଭିର ଲୋକପ୍ରିୟ ଚେହେରା ଅଟନ୍ତି । ୟେ ହେ ମୋହବର୍ତେଁ ରେ ତାଙ୍କର ଭୂମିକା ଶଗୁନ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ସିରିଅଲ ଖୁବ ପପୁଲାର ଅଟେ ଏବଂ ୨୦୧୩ରୁ ଅନୀତା ଏହି ସିରିଅଲରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମିତି ବି ଅନୀତା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ, ଅନେକ ସମୟରେ ଏହି ଅଭିନେତ୍ରୀ ନିଜା ଭିଡିଓ ଅପଲୋଡ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅନୀତା ଏବଂ ତାଙ୍କ ସ୍ୱାମୀ ରୋହତ ରେଡ୍ଡି ଙ୍କ ଲାଟେଷ୍ଟ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ମୁଣ୍ଡରେ ବସି ଏକ୍ସରସାଇଜ କରୁଥିବାର ନଜର ଆସିଛନ୍ତି ।


ରୋହିତ ରେଡ୍ଡି ଅନୀତାଙ୍କ ସହ ୱାର୍କଆଉଟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ଅନୀତା ତାଙ୍କ କାନ୍ଧ ଉପରେ ବସିଛନ୍ତି ଏବଂ ରୋହିତ ୱାର୍କଆଉଟ କରୁଛନ୍ତି । ରୋହିତ ଏହି ଭିଡିଓ ୧୧ଘଂଟା ପୂର୍ବରୁ ଶେୟାର କରିଥିଲେ , ଯାହାକୁ ଏବେ ପର୍ଯ୍ୟନ୍ତ ୧ଲକ୍ଷ ୩ହଜାରରୁ ଊଦ୍ଧ୍ୱର୍ ଥର ଦେଖାଯାଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More