Only for Entertainment

ନଡିଆ ଖିରି ପ୍ରସ୍ତୁତି ପ୍ରଣାଳୀ ।

Archana's Kitchen
0 47

ଆବଶ୍ୟକ ସାମଗ୍ରୀ:

ନଡିଆ କୋରା – ୨ କପ , ଚିନି – ୨୦୦ ଗ୍ରାମ, ଗୁଜୁରାତି – ୬/୭ ଟି , ତେଜ ପତ୍ର -୩/୪ ଟି, କ୍ଷୀର- ୧ ଲିଟର, କାଜୁ ଏବଂ ବାଦାମ ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କ୍ଷୀର ସହିତ ଚିନି ଓ ତେଜ ପତ୍ର ପକାଇ ଫୁଟାନ୍ତୁ । ସେଥିରେ ନଡିଆ କୋରା ପକାଇ ଭଲଭାବେ ଫୁଟାନ୍ତୁ । ଏବେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଫୁଟାନ୍ତୁ । ଯେପରି ବହଳିଆ ଖିରି ପରି ହେବ । ପ୍ରସ୍ତୁତ ହେବା ପରେ ସେଥିରେ କଟା କାଜୁ ଏବଂ ବାଦାମ ପକାନ୍ତୁ । ଏହାକୁ ଗରମ ଗରମ ବା ଫ୍ରୀଜରେ ରଖି ଥଣ୍ଡା କରି ମଧ୍ୟ ଖାଇ ପାରିବେ । ଏହା କରିବାକୁ ସହଜ ଓ ଖୁବ କମ ସମୟ ଲାଗିବ । ଏହା ବହୁତ ସ୍ଵାଦିଷ୍ଟ ଓ ପୃଷ୍ଟିକର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More