Only for Entertainment

ସାମ୍ନାକୁ ଆସିଲା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫିଲ୍ମ ଟ୍ରେଲର!

youtube
0 92

୧୯୮୮ରେ ରିଲିଜ୍ ହୋଇଥିବା ‘ଦି ଡିସିଭର୍ସ’ ଫିଲ୍ମରେ ପ୍ରମୁଖ ଭୂମିକାରେ ଥିଲେ ପର୍ସ ବ୍ରୋସନ୍ନ ଓ ସଇଦ ଜାଫ୍ରି । ୩୦ ବର୍ଷ ତଳର ଏହି ଫିଲ୍ମକୁ ନେଇ ଏବେ ଓଡ଼ିଶାରେ ବେଶ ଚର୍ଚ୍ଚା । ମର୍ଚାଂଟ୍ ଆଇଭରୀଙ୍କ ନିର୍ମିତ ଚଳଚିତ୍ର ‘ଦି-ଡିସିଭର୍ସ’ରେ ଅଭିନୟ କରିଥିଲେ ନବୀନ ପଟ୍ଟନାୟକ । ଏଥିରେ ରହିଥିଲା ତାଙ୍କର ଏକ ଛୋଟ ଭୂମିକା । ନିକଟରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜିଙ୍କ ଲିଖିତ ପୁସ୍ତକ ନବୀନ ପଟ୍ଟନାୟକ ପ୍ରକାଶ ହେବା ପରେ ଏହି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦିଲ୍ଲୀ ସୋସିଆଲ ସର୍କଲରେ ଥିଲେ ବେଶ ଜଣାଶୁଣା । ଦାମୀ-ନାମୀ ସମ୍ଭ୍ରାନ୍ତ ପରିବାରର ଲୋକଙ୍କ ସହ ବିଭିନ୍ନ ପାର୍ଟିରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଯୁବକ ସମୟରେ ହୋଟେଲ ଓବରାଇ ପରିସରରେ ଏକ ବୁଟିକ୍ ଖୋଲିଥିଲେ, ଯାହାର ଗ୍ରାହକ ଥିଲେ କିଛି ନାମୀଦାମୀ କଳାକାର । ବିଶ୍ୱର ବିଭନ୍ନ ପ୍ରାନ୍ତରେ ନବୀନଙ୍କର ବନ୍ଧୁ ଥିଲେ । ବହି ପଢ଼ିବା, ଲେଖିବା ଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ଥିଲା ତାଙ୍କର ଆଗ୍ରହ ।

ରୁବେନ୍ ବାନାର୍ଜି ତାଙ୍କ ବହିରେ ନବୀନଙ୍କ ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ତବଲୀନ ସିଂହଙ୍କ ‘ଦରବାର’ ପୁସ୍ତକର ଉଲ୍ଲେଖ କରିଛନ୍ତି । ସେହି ବହିରେ ନବୀନଙ୍କ ଯୁବକ ବେଳର ଅନେକ କଥା ବର୍ଣ୍ଣନା ରହିଛି ।

ହଲିଉଡ୍ ସୁପରଷ୍ଟାର ‘ରବର୍ଟ ଡେ ନିରୋ’ ମଧ୍ୟ ନବୀନଙ୍କର ଭଲ ବନ୍ଧୁ ଥିଲେ । ନବୀନଙ୍କ ସହ ବସାଉଠା କରୁଥିଲେ ‘ରୋଲିଂ ଷ୍ଟୋନ୍ସ’ର ଅଭିନେତା ମିକ୍ ଜାଗର, ଅଭିନେତ୍ରୀ କୁକ୍ ଷ୍ଟ୍ରାର୍କ ଏବଂ ପ୍ରସିଦ୍ଧ ଲେଖକ ବ୍ରୁସ୍ ଚାଟ୍ୱିନ୍ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷ ବର୍ଷ ଧରି ସୋସିଆଲ୍ ସର୍କଲରେ ଘୁରି ବୁଲୁଥିବା ନବୀନ, ମୁଖ୍ୟମନ୍ତ୍ରୀ ହେବା ପରେ ସେହି ଦୁନିଆକୁ ସଂପୂର୍ଣ୍ଣ ଭାବେ ଅଲବିଦା କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More