Only for Entertainment

ଗଙ୍ଗସିଉଳି ପତ୍ରରେ ଔଷଧ ପ୍ରସ୍ତୁତ କରି ଡେଙ୍ଗୁକୁ କୁହନ୍ତୁ ବାଏ ବାଏ ।

lifealth.com
0 159

ଶରୀର ପାଇଁ ଗଙ୍ଗଶିଉଳି ଫୁଲ ଓ ଏହାର ପତ୍ର ଖୁବ୍ ଉପାଦେୟ । ଗଙ୍ଗଶିଉଳି ଗଛର ଚେର ଦ୍ୱାରା ମଧ୍ୟ ବହୁ ରୋଗର ଚିକିତ୍ସା କରାଯାଇଥାଏ।

ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ପାଇଁ ଗଙ୍ଗଶିଉଳି ଗଛର ପତ୍ର ମହୌଷଧୀ ଭଳି କାମ କରେ। ଏଥିପାଇଁ ୫ରୁ ୬ଟି ଗଙ୍ଗଶିଉଳି ପତ୍ରକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ପରେ ସେଥିରେ ଏକ ଛୋଟ ଖଣ୍ଡ ଅଦାକୁ କାଟି ଗୋଟିଏ ଗ୍ଲାସ୍‌ ପାଣିରେ ଏକ ଚାମଚ ଚିନି ମିଶାଇ ଏକ ମିଶ୍ରଣ କରନ୍ତୁ। ଏହି ମିଶ୍ରଣକୁ କିଛି ସମୟ ଚୂଲାରେ ଫୁଟାଇ ଦିଅନ୍ତୁ। ଏହି ମିଶ୍ରଣରୁ ପ୍ରତି ଅଧ ଘଣ୍ଟାରେ ଥରେ ଏକ ଚାମଚ ଲେଖାଏ ରୋଗୀଙ୍କୁ ୧୨ ଘଣ୍ଟା ଯାଏ ସେବନ କରିବାକୁ ଦିଅନ୍ତୁ। ଦେଖିବେ, ଡେଙ୍ଗୁ ଜ୍ୱରରୁ ଅବଶ୍ୟ ଆରୋଗ୍ୟ ମିଳିବ।

ଶରୀରରେ ପ୍ଲେଟ୍‌ଲେଟ୍‌ସ୍‌ କାଉଣ୍ଟ୍‌ ବୃଦ୍ଧିରେ ଗଙ୍ଗଶିଉଳି ପତ୍ର ମଧ୍ୟ ଚମତ୍କାର କାମ କରିଥାଏ। ଗଙ୍ଗଶିଉଳି ପତ୍ରର ଆବଶ୍ୟକ ଉପଚାରରେ ମ୍ୟାଲେରିଆରୁ ମଧ୍ୟ ଉପଶମ ମିଳିଥାଏ।

ହାତ ଗୋଡ଼ ଫୁଲା ସମସ୍ୟା ଦୂର କରେ:
ଅନେକ ସମୟରେ ଆପଣଙ୍କର ହାତ ଏବଂ ପାଦ ଫୁଲିବା ପରି ସମସ୍ୟା ଦେଖାଦିଏ। ଗଙ୍ଗଶିଉଳି ଫୁଲ ଏହାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହି ଫୁଲରେ ଆଣ୍ଟିଇମ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଏଥିପାଇଁ ଆପଣଙ୍କୁ ସପ୍ତାହରେ ଦୁଇଥର ଗଙ୍ଗଶିଉଳି ଫୁଲର ରସ ପିଇବାକୁ ପଡ଼ିବ। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ସଂକ୍ରମଣ ଦୂର ହୋଇଥାଏ।

ଆଣ୍ଠୁ ଗଣ୍ଠି ରୋଗ ପାଇଁ ଉପକାରୀ:
ଆଣ୍ଠୁ ଗଣ୍ଠି ରୋଗ ଏକ ଗମ୍ଭୀର ସମସ୍ୟା। ଏହା ଦ୍ୱାରା ଆଣ୍ଠୁ ଓ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଆପଣ ଗଙ୍ଗଶିଉଳି ପତ୍ରର ପ୍ରୟୋଗ କରିପାରିବେ। ଏହାର ପାଞ୍ଚଟି ପତ୍ରକୁ ବାଟି ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌କୁ ଏକ ଗ୍ଲାସ୍‌ ପାଣିରେ ମିଶାଇ ଅଳ୍ପ ଆଞ୍ଚରେ ବସାନ୍ତୁ। ଯେବେ ପାଣି ଫୁଟି ଅଧା ହୋଇଯିବ, ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହି ରସକୁ ସକାଳେ ଖାଲି ପେଟରେ ପିଅନ୍ତୁ। ଏହାଦ୍ୱାରା ଆଣ୍ଠୁ ଗଣ୍ଠି ରୋଗରୁ ଶୀଘ୍ର ଉପଶମ ମିଳିଥାଏ।

ମଳକଣ୍ଟକର ଅବ୍ୟର୍ଥ ଉପଚାର:
ମଳକଣ୍ଟକ ବା ପାଇଲ୍‌ସ୍‌ ପାଇଁ ଗଙ୍ଗଶିଉଳି ମଞ୍ଜି ଅବ୍ୟର୍ଥ ଉପଚାର ଭାବେ କାମ କରିଥାଏ।  ଏଥିପାଇଁ ଏହାର ମଞ୍ଜିକୁ ବ୍ୟବାହର କରାଯାଇଥାଏ।  ପ୍ରଥମେ ଗଙ୍ଗଶିଉଳି ମଞ୍ଜିରୁ ୧୦ ଗ୍ରାମ୍‌, ଗୋଲମରିଚ ୩ଗ୍ରାମ୍‌କୁ ମିଶାଇ ଏକ ପେଷ୍ଟ୍‌ କରନ୍ତୁ। ଏହି ପେଷ୍ଟ୍‌କୁ ବଟିକା ଆକାରର ଛୋଟ ଗୋଲି ତିଆରି କରନ୍ତୁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଗୋଲିରୁ ଗୋଟିଏ ଲେଖାଏ ଉଷୁମ ପାଣି ସହିତ ଖାଆନ୍ତୁ। ଏହା ଦ୍ୱାରା ପାଇଲ୍‌ସ୍‌ରୁ ଆରୋଗ୍ୟ ମିଳିଥାଏ।

ଘରେ ପ୍ରସ୍ତୁତ କରନ୍ତୁ ଗଙ୍ଗଶିଉଳି ଚା’:

ଗଙ୍ଗଶିଉଳି ଚା’ ବନାଇବା ପାଇଁ ଏହାର ଦୁଇଟି ପତ୍ର, ଗୋଟିଏ ଫୁଲ ଏବଂ କିଛି ତୁଳସୀ ପତ୍ରକୁ ଗୋଟିଏ ଗ୍ଲାସ୍‌ ପାଣିରେ ଫୁଟାନ୍ତୁ। ଏହା ଭଲଭାବରେ ଫୁଟିଗଲା ପରେ ଏହାକୁ ଉଷୁମ ଉଷୁମ ପିଅନ୍ତୁ। ଯଦି ଆପଣଙ୍କର କାଶ ହେଉଛି, ତେବେ ଏଥିରେ ମହୁ କିମ୍ୱା ମିଶ୍ରି ମିଶାଇ ପିଅନ୍ତୁ।

କାଶ, କଫ ଓ ଜ୍ୱର ପାଇଁ ଏହା ଏକ ପ୍ରାକୃତିକ ଉପଚାର ଭାବେ କାମ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More