Only for Entertainment

ଏପ୍ରିଲ ୨୯ରେ ବନ୍ଦ ରହିବ ସମସ୍ତ ଫିଲ୍ମର ସ୍କ୍ରିନିଂ ।

26

ଲୋକସଭା ନିର୍ବାଚନକୁ ନେଇ ମାହୋଲ ଗରମ ଥିବା ବେଳେ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିଲାଗି ଶନିବାର ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ମୁମ୍ବାଇରେ କୌଣସି ଫିଲ୍ମର ସ୍କ୍ରିନିଙ୍ଗ୍‌ କରାଯିବ ନାହିଁ ବୋଲି ଜଣାପଡ଼ିଛି । ସବୁ କାର୍ଣ୍ଣିଭାଲ ସିନେମା ହଲରେ ଏପ୍ରିଲ ୨୯ରେ କୌଣସି ଫିଲ୍ମ ଦର୍ଶକେ ଦେଖିବାକୁ ପାଇବେ ନାହିଁ । ଯେଉଁ ଥିଏଟର ସବୁ ସପିଂ ମଲ ଭିତରେ ରହିଛି, ତାହା ସଂନ୍ଧ୍ୟା ୫ଟା ପରେ ଖୋଲିବ । ଯେଉଁ ସବୁ ଥିଏଟର ସ୍ୱତନ୍ତ୍ର ଭାବରେ ରହିଛି, ସେ ସବୁ ସିନେମାଘର ଖୋଲା ରହିବା ସହ କର୍ମଚାରୀମାନଙ୍କୁ ଭୋଟ୍‌ ଦେବା ପାଇଁ ବ୍ରେକ୍‌ ଦିଆଯିବ । ଏହା ସହ ସେ ଦିନ ଛୁଟି ଦିନ ଥିବାରୁ କର୍ମଚାରୀମାନଙ୍କୁ ଅଧିକ ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି ।ସୂଚନା ମୁତାବକ, ୯ଟି ରାଜ୍ୟରେ ହେବାକୁ ଯାଉଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୧ଟି ଲୋକସଭା ଆସନ ପାଇଁ ମତଦାନ ହେବ । ସେ ମଧ୍ୟରେ ରହିଛି ବିହାରର ୫ଟି, ଜମ୍ମୁ-କଶ୍ମୀରର ଗୋଟେ, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୧୭ଟି, ଓଡ଼ିଶାର ୬ଟି, ରାଜସ୍ଥାନ ୧୩ଟି, ଉତ୍ତରପ୍ରଦେଶ ୧୩ଟି ଏବଂ ପଶ୍ଚିମବଙ୍ଗରେ ୮ଟି ଆସନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More