Only for Entertainment

ଆଇନା ଦେଖି ସଜ ହେଉଥିବାର ନଜର ଆସିଲେ ସାଂସଦ ନୁସରତ ଜହାଁ

bollywood tadka
103

ଲୋକସଭା ନିର୍ବାଚନ ୨୦୧୯ ପରେ ଯେଉଁ ସାଂସଦଙ୍କ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହି ଆସିଛି ସେ ହେଉଛନ୍ତି ସାଂସଦ ନୁସରତ ଜହାଁ । ନୁସରତ ବଙ୍ଗାଳୀ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ । ଏହି ଥର ମମତା ବାନାର୍ଜୀ ନୁସରତଙ୍କୁ ବଶିରାହାଟରୁ ଲୋକସଭା ପାଇଁ ଛିଡ଼ା କରାଇଥିଲେ । ଯାହାପରେ ନିରାଶ ହୋଇନଥିଲେ ନୁସରତ । ୩ ଲକ୍ଷ ଅଧିକ ଭୋଟରେ ଜିତି ସଂସଦରେ ପହଂଚିଗଲେ ଏହି ବଙ୍ଗୀୟ ସୁନ୍ଦରୀ । କହିରଖୁଛୁ ସାଂସଦ ହେବାପରେ ନୁସରତ ସୋସିଆଲ ମିଡିଆରେ ଚର୍ଚ୍ଚାର ଏକ ବିଷୟ ସାଜିଛନ୍ତି । ପ୍ରତିଦିନ ତାଙ୍କ ପରିଧାନ ଶୈଳୀକୁ ନେଇ କିଛି ନା କିଛି ଚର୍ଚ୍ଚା ହେଉଛି । ନିକଟ ଅତୀତରେ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପିନ୍ଧିବାକୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା । ତେବେ କାହାରି କଥାକୁ ଖାତିର ନ କରି ସେ ସିନ୍ଦୁର ଏବଂ ଚୁଡ଼ି ପିନ୍ଧୁଛନ୍ତି । ତେବେ ଏଭଳି ଗେଟଅପରେ ନୁସରତ କୌଣସି ପରିଠାରୁ କମ ଲାଗୁନାହାଁନ୍ତି ।

ଏବେ ପୁଣିଥରେ ମିଡିଆର ଧ୍ୟାନ ଆକର୍ଷଣ କରିଛନ୍ତି ମମତାଙ୍କ ଏହି ସାଂସଦ । ନୁସରତ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଆଇନା ସାମ୍ନାରେ ବସି ସଜ ହେଉଥିବାର ନଜର ଆସିଛନ୍ତି । ଖବର ପାଇଁ କହିରଖୁଛୁ ନୁସରତ ୧୯ ଜୁନକୁ ପ୍ରସିଦ୍ଧ ବିଜନେସମ୍ୟାନ ନିଖିଲ ଜୈନଙ୍କୁ ବିବାହ କରିଛନ୍ତି । ବିବାହ ତୁର୍କୀରେ ସମାପନ ହେଲା । କପଲଙ୍କ ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More