Only for Entertainment

ପୁଣି ଥରେ ବିବାଦ ଘେରରେ ସୋନା ମହାପାତ୍ର : ଆହେ ନୀଳ ଶୈଳ ଗାଇ ବିବାଦରେ ପଡିଲେ ଗାୟିକା ସୋନା !

The Financial Express
0 76

ପୁଣି ବିବାଦରେ ଗାୟିକା ସୋନା ମହାପାତ୍ର । ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’ ଗୀତକୁ ନେଇ ଏହି ବିବାଦ ଦେଖାଦେଇଛି । ‘ ଆହେ ନୀଳ ଶୈଳ’ ଗୀତକୁ ସୋନା ମହାପାତ୍ର କଦର୍ଥ କରିଥିବା ଅଭିଯୋଗ ହୋଇଛି । ସାଲବେଗଙ୍କ ରଚିତ ଏହି ଭଜନ କୋଟି କୋଟି ଓଡିଆଙ୍କ ଭାବାବେଗ ସହିତ ଜଡିତ । ଏପରିକି ସୋନା ଏହି ଗୀତରେ ଅନେକ ଶବ୍ଦକୁ ମଧ୍ୟ ବିକୃତ କରିଥିବା ସାମ୍ନାକୁ ଆସିଛି । ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି ।

ସୋନାଙ୍କ ଏହି ଗୀତକୁ ବିରୋଧ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ପିଙ୍କି ଏହାକୁ ନେଇ ଟ୍ୱିଟ ବି କରିଛନ୍ତି । ଗୀତକୁ କଦର୍ଥ ନ କରିବାକୁ ସେ ଟ୍ୱିଟରେ ଲେଖିଛନ୍ତି । ଗୀତକୁ ସୁଧାରିବାକୁ ସେ ଟ୍ୱିଟରରେ ସୋନାଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ରଙ୍ଗବତୀ ଓ ଏକ ସୁଫି ଗୀତକୁ ନେଇ ବି ବିବାଦରେ ରହିଥିଲେ ସୋନା ମହାପାତ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More