Only for Entertainment

ଏହି ଫିଲ୍ମ ବଦଳାଇଦେଲା ହଲିଉଡର ଏହି ଆକ୍ଟରଙ୍କ ଜୀବନ ।

dailyhunt
0 43

ହଲିଉଡର ଖୁବ ପ୍ରିୟ ମୁଭି ସିରିଜ ଟ୍ୱିଲାଇଟକୁ ଆପଣ ନିହାତି ଭାବରେ ମନେ ରଖିଥିବେ । ଏହି ଫିଲ୍ମରେ ଏଡ଼ୱର୍ଡ଼ ଫୁଲିନଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ରବର୍ଟ ପେଟିନସନ ନିଜ ରୋଲ ବିଷୟରେ ଆଲୋଚନା କରିଛନ୍ତି । ତାଙ୍କ ଜୀବନରେ ଫିଲ୍ମ ଭୂମିକା ଖୁବ ମହତ୍ୱପୂର୍ଣ୍ଣ ଥିଲା । ଟ୍ୱିଲାଇଟ ଫିଲ୍ମ ଭ୍ୟାମ୍ପାୟାର ଉପରେ ଆଧାରିତ ଥିଲା ଏବଂ ଲୋକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏହି ଫିଲ୍ମ ପରେ ରବର୍ଟ ଖୁବ ପ୍ରସିଦ୍ଧ ହୋଇ ଯାଇଥିଲେ । ଏହାପରେ ସେ ଅଭିନୟକୁ ବୃତ୍ତି କରି ନେଇଥିଲେ । ତେବେ ଏହା ତାଙ୍କ ଜୀବନର ଏକ ଭଲ ଅନୁଭବ ଥିଲା ବୋଲି ସେ କହିଛନ୍ତି ।

ଏହି ଫିଲ୍ମ ପରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା । ତେବେ ଆଗାମୀ ଫିଲ୍ମ ପାଇଁ ମଧ୍ୟ ସେ ଖୁବ ପ୍ରସ୍ତୁତ କରିଛନ୍ତି ଏବଂ ଫିଲ୍ମରେ ତାଙ୍କ ଚରିତ୍ର କିଛି ଭିନ୍ନ ହେଉ ବୋଲି ସେ ଚାହାଁନ୍ତି ।

ଖୁବଶୀଘ୍ର ରବର୍ଟ ଫିଲ୍ମ ଡାମସେଲରେ ନଜର ଆସିବେ । ଏହି ମାସ ୨୨ରେ ଫିଲ୍ମଟି ରିଲିଜ ହେବ । ଏମଟିଭି ମୁଭିରୁ ତାଙ୍କୁ ବେଷ୍ଟ କିସ ଆୱାର୍ଡ଼ ମଧ୍ୟ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More