Only for Entertainment

ବାବାହ ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ, ଜାଣନ୍ତୁ ତା’ପରେ କ’ଣ ହେଲା ।

Catch News
27

ଏଯାବତ୍‌ ପରୀକ୍ଷା ଓ ଇଣ୍ଟରଭ୍ୟୁ ସ୍କୁଲ, କଲେଜ ଏବଂ ପ୍ରୋଫେସନାଲ କୋର୍ସରେ କିମ୍ବା ଜବ ପାଇଁ ଦିଆଯାଇଥାଏ । କିନ୍ତୁ ଯୁବକଙ୍କୁ କନ୍ୟା ପାଇବା ପାଇଁ ପରୀକ୍ଷା ଦେବାକୁ ପଡ଼ିଥିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯଦି ଉକ୍ତ ପ୍ରାର୍ଥୀ ପରୀକ୍ଷାରେ ପାସ୍‌ କରନ୍ତି ତେବେ ସ୍ୱାମୀ ବନିବାର ସୌଭାଗ୍ୟପ୍ରାପ୍ତ କରିବେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ବର ହେବା ପାଇଁ ପରୀକ୍ଷାର ଆୟୋଜନା କରାଯାଇଥିଲା। ଯେଉଁଥିରେ ୨୫୦ଜଣ ଯୁବକ ଆବେଦନ କରିଥିଲେ। ଆବେଦନକାରୀ ଲକ୍ଷ୍ମୌ ରାଜକୀୟ ପାଶ୍ଚାତ୍ୟବର୍ତ୍ତୀ ଦେଖାଶୁଣା ସଙ୍ଗଠନ (୧୮ବର୍ଷରୁ ଉର୍ଧ୍ୱ ଆଶ୍ରୟବିହୀନ ଯୁବତୀଙ୍କୁ ରଖିଥାଏ)ରେ ରହୁଥିବା ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଥିଲେ। ଏହି ପରୀକ୍ଷା ଓ ଇଣ୍ଟରଭ୍ୟୁ ପୂରା ପ୍ରକିୟା ଜିଲ୍ଲା ପ୍ରଶାସନ ଅଧୀନରେ ହୋଇଥାଏ।

Marriage-in-India

ପରୀକ୍ଷା ଓ ଇଣ୍ଟରଭ୍ୟୁର ସମସ୍ତ ପ୍ରକ୍ରିୟା ହେବାର ଏକ ମାସ ପରେ ଜିଲ୍ଲା ପ୍ରଶାସନ ରେଜଲ୍ଟର ଘୋଷଣା କରିଥିଲେ। ଯେଉଁଥିରେ କେବଳ ୩୧ ଆବେଦନକାରୀ ପାସ୍‌ କରିଥିବା ବେଳେ ୨୧୯ଜଣ ଫେଲ୍‌ ହୋଇ ଯାଇଥିଲେ। ପାସ୍‌ ହୋଇଥିବା ସମସ୍ତ ଯୁବକଙ୍କ ଧୁମ୍‌ଧାମ୍‌ରେ ଅକ୍ଟୋବର ୧୫ରେ ମହାନଗର କଲ୍ୟାଣ୍ଡ ମଣ୍ଡପରେ ବିବାହ ସଂପନ୍ନ ହୋଇଥିଲା। ବିବାହରେ ନବଦମ୍ପତ୍ତିଙ୍କୁ ୨୦-୨୦ହଜାର ଟଙ୍କାର ଚେକ୍‌ ସହିତ ଅସବାବାପତ୍ର ବି କିଛି ପ୍ରଦାନ କରାଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More