Only for Entertainment

ସନ୍ନି ଲିଓନି ବିବାହ ୭ମ ବାର୍ଷିକରେ ଫଟୋ ସେୟାର କରି ଦେଖାଇଲେ ପ୍ରେମ !

ndtv
0 79

ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ଅନ୍ଦାଜରେ ଦର୍ଶକଙ୍କ ମନ ଜିତୁଥିବା ଅଭିନେତ୍ରୀ ସନ୍ନି ଲିଓନିଙ୍କର ଆଜି ୭ମ ବିବାହ ବାର୍ଷିକ । ଏହି କାରଣରୁ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସନ୍ନି ଏହି ଫଟୋ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁ କାରଣରୁ ପ୍ରଶଂସକ ମାନେ ବହୁମାତ୍ରାରେ ଏହାକୁ ପସନ୍ଦ କରିଛନ୍ତି ।

ସନ୍ନି ଲିଓନି ତାଙ୍କ ପତି ଡେନିଅଲ ୱେବରଙ୍କ ତାଙ୍କ ବିବାହ ବାର୍ଷିକ ପାଇଁ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି  ଏବଂ ଲେଖିଛନ୍ତି ସାତ ବର୍ଷ ପୂର୍ବେ ଦୁହେଁ ଭଗବାନଙ୍କ ପାଖରେ ଦୁହିଁଙ୍କୁ ପ୍ରେମ କରିବା ପାଇଁ କସମ ଖାଇଥିଲେ । ଏବେ ତାଙ୍କ ଭଲ ପାଇବା ପୂର୍ବାପେକ୍ଷା ଗଭୀର ହୋଇଯାଇଛି ଏଥିରେ କୌଣସି ଫରକ ନପଡିଥିବା ନିଜେ ସନ୍ନି ଲେଖିଛନ୍ତି ।

sunny-759

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସନ୍ନି ଲିଓନି ନିଜ ଜୀବନ କାଳରେ ଘଟିଥିବା ଘଟଣା ସମସ୍ତଙ୍କ ଆଗରେ ଖୁଲାସା କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସେ ଏବେ ନିଜ ବୟୋପିକ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଲେଣି । ସନ୍ନି ତାଙ୍କ ସମ୍ପୂର୍ଣ୍ଣ କାହାଣୀ ଏହି ୱେବ ସିରିଜ ଦ୍ୱାରା ଜଣାଇବେ । ତାଙ୍କର ଏହି ୱେବ ସିରିଜର ନାମ ‘କରନଜିତ କୌର ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନି’ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More