Only for Entertainment

ମୁସଲିମ ବୟଫ୍ରେଣ୍ଡଙ୍କ ସହ ସମ୍ପର୍କ ରଖିିବା ପଡିଲା ମହଙ୍ଗା, ନିର୍ଦ୍ଦୁମ ଛେଚିଲେ ପୁଲିସ କନଷ୍ଟେବଲ, ଦେଖନ୍ତୁ ଭିଡିଓ !

0 55

ପୁଲିସଙ୍କୁ ଲୋକମାନେ ଆଇନର ଦେବତା ମାନୁଥିବା ବେଳେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ , ଏକ ଭିଡିଓରେ କିଛି ମହିଳା କନଷ୍ଟେବଲ ଜଣେ ମହିଳାଙ୍କୁ ଭ୍ୟାନ ଭିତରେ ପୂରାଇ ପିଟୁଥିବାର ଏବଂ ବାରମ୍ବାର ତାଙ୍କ ଘୋଡାଇ ହୋଇଥିବା ମୁହଁରୁ କପଡା କାଢିବାକୁ ଚେଷ୍ଟା କରୁଥିଲେ । ଘଟଣାଟି କଣ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଅସଲରେ ମହିଳା ଜଣକ ଚୋରୀ କିମ୍ବା ଅନ୍ୟ କୌଣସି ଖରାପ କାମ କରି ନାହାନ୍ତି । ତାଙ୍କର ଭୂଲ କେବଳ ଏହା ଯେ ସେ ଜଣେ ମୁସଲିମ ପୁଅ ସହ ସମ୍ପର୍କ ରଖିଥିଲେ । ଯେଉଁକାରଣରୁ ତାଙ୍କୁ ଏଭଳି ଭୋଗିବାକୁ ପଡିଛି । ଦେଖନ୍ତୁ ଭିଡିଓ –


ଘଟଣା ହେଉଛି ଉତ୍ତରପ୍ରଦେଶର । ଯେଉଁଠି ଘଟିଛି ଏଭଳି କାଣ୍ଡ । ଏହି ଭିଡିଓଟି ଭାଇରାଲ୍ ହେବା ପରେ ଏଥିରେ ଥିବା ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।
୨୯ ସେକେଣ୍ଡର ଏହି ଭିଡିଓକୁ ପୁଲିସ୍ ଗାଡ଼ିର ଡ୍ରାଇଭର ସିଟ୍ରେ ବସିଥିବା ବ୍ୟକ୍ତି ଜଣଙ୍କ ହିଁ ମୋବାଇଲ୍ରେ ଶୁଟିଂ କରିଛନ୍ତି। ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯୁବତୀ ଜଣଙ୍କ ଜଣେ ଲେଡି ଓ ପୁରୁଷ କନଷ୍ଟେବଲ୍ଙ୍କ ମଝିରେ ବସିଛନ୍ତି। ଦୁଇ ଜଣ ପୁଲିସ୍ କର୍ମଚାରୀ ସେମାନଙ୍କ ଆଗରେ ବସିଛନ୍ତି।

ଜଣେ ପୁଲିସ୍ କର୍ମଚାରୀ କହୁଛନ୍ତି, ଏତେ ହିନ୍ଦୁ ପୁରୁଷ ଥାଉ ଥାଉ ତୁ କାହିଁକି ମୁସଲିମ୍ ବ୍ୟକ୍ତିଙ୍କୁ ବାଛିଲୁ? ଏହି ସମୟରେ ମହିଳା କନେଷ୍ଟବଲ୍ ଜଣଙ୍କ ଯୁବତୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍କାର୍ଫ କାଢ଼ିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଯୁବତୀ ଜଣଙ୍କ ନିଜ ମୁହଁକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ୍ କର୍ମଚାରୀ ଜଣଙ୍କ ତାଙ୍କୁ ବାରମ୍ବାର ମାଡ଼ ମାରି ଚାଲିଥିଲେ। ଶୁଟିଂ କରୁଥିବା ପୁଲିସ୍ ଜଣଙ୍କ ଏହା ତାଙ୍କର ଜଣେ ସହକର୍ମୀଙ୍କୁ ଦେଉଥିଲେ ହେଁ ଏହା ମିଡିଆ ପାଖରେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଘଟଣାଟି ରବିବାର ଦିନର। ଯେତେବେଳେ ଏହି ଯୁବତୀ ଏବଂ ତାଙ୍କର ମୁସଲିମ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲେ ସେହି ସମୟରେ ବିଶ୍ୱ ହିନ୍ଦୁ ପରିଷଦର କିଛି ବ୍ୟକ୍ତି ସେମାନଙ୍କୁ ଆକ୍ରମଣ କରିଥିଲେ। ହିନ୍ଦୁ ଯୁବତୀ ଓ ମୁସଲିମ୍ ଯୁବକଙ୍କ ମଧ୍ୟରେ ସମ୍ପର୍କ ଥିବାରୁ ଏହାକୁ ସେମାନେ ଲଭ୍ ଜିହାଦର ନାଁ ଦେଇଥିଲେ। ଉଭୟ ଯୁବତୀ ଓ ଯୁବକ ମେଡିକାଲ୍ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ପୁଲିସ୍ ଘଟଣା ସମ୍ପର୍କରେ ଖବର ପାଇଁ ଉଭୟ ପୁରୁଷ ଓ ଯୁବତୀଙ୍କୁ ପୃଥକ ପୃଥକ ଭାବେ ଥାନାକୁ ଆଣିବା ବେଳେ ଏଭଳି ଘଟଣା ଘଟିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More