Only for Entertainment

ଦୁଇଶହ ପୁଅଙ୍କୁ ଏକା ସାଙ୍ଗରେ ଧୋକା ଦେଲେ ଜଣେ ଯୁବତୀ । ଜାଣନ୍ତୁ ସେ କିଏ!

aajtak
0 85

ନିକଟରେ ଜଣେ ଟ୍ୱିଟର ବ୍ୟବହାରକାରୀ ଏଭଳି ଏକ ଷ୍ଟୋରି ପୋଷ୍ଟ କରିଛନ୍ତି ଯାହାକି ଅତ୍ୟନ୍ତ ଭୟାନକ ଜନକ ଏବଂ ଲୋକ ଏହାକୁ ଅତି ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି । ନିଜର ପ୍ରଥମ ଡେଟ୍ରେ ଯାଇଥିବା ଏହି ବ୍ୟକ୍ତିଙ୍କ ସହ ଯାହା ଘଟିଥିଲା ତାହା ପରେ ସେ ସବୁଦିନ ପାଇଁ ଡେଟ୍ ରେ ନଯିବା ପାଇଁ ରାଣ ଖାଇଥିଲେ ।

ସ୍ପେସର ନାମକ ଏହି ବ୍ୟକ୍ତି ଜଣକ ଏହି ଘଟଣା ବିଷୟରେ ଟ୍ୱିଟ କରି ସୋସିଆଲ ମିଡିଆରେ ଜଣାଇବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ସ୍ପେସରଙ୍କର ଟିଣ୍ଡର ମାଧ୍ୟ୍ୟମରେ ଜଣେ ମହିଳାଙ୍କ ସହ ସାକ୍ଷାତ ହୋଇଥିଲା । ସେହିଦିନ ଦୁହେଁ ପରସ୍ପରକୁ ନମ୍ବର ମଧ୍ୟ ଦିଆ ନିଆ କରିଥିଲେ ଏବଂ ପରେ ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ଫୋନ୍ କଲ୍ କରି ଡେଟ୍ ରେ ଯିବା ପାଇଁ ପଚାରିଥିଲେ । ସ୍ପେସର ମଧ୍ୟ ଯିବା ପାଇଁ ହଁ କରିଦେଇଥିଲେ । କିନ୍ତୁ ମହିଳାଙ୍କ କହିବା ଅନୁସାରେ ସ୍ପେସର ଯେତେବେଳେ ନ୍ୟୁୟର୍କ ସିଟି ର ୟୁନିୟନ୍ ସ୍ୱେୟର ପାର୍କ ଠାରେ ପହଞ୍ଚିଥିଲେ, ସେଠାରେ ସେ ଯାହା ଦେଖିଥିଲେ ତାଙ୍କର ହୋସ ଉଡିଯାଇଥିଲା । ସେଠାରେ ସେ ଦୁଇଶହ ଲୋକଙ୍କ ଭିଡ ଦେଖିବାକୁ ପାଇଥିଲେ ଏବଂ ଏହି ଦୁଇଶହ ଲୋକ ମଧ୍ୟ ସେହି ଝିଅ ସାଙ୍ଗରେ ଡେଟ୍ ପାଇଁ ଆସିଥିଲେ ।

ସ୍ପେସରଙ୍କର ଟ୍ୱିଟ୍ ଭାଇରାଲ ହେବାପରେ ମହିଳାଙ୍କର ପରିଚୟ ନତାଶା ଏପୋଣ୍ଟେ ବୋଲି ଜଣାପଡିଛି । ସେ ଇଂଷ୍ଟାଗ୍ରାମରେ ନିଜକୁ ମଡେଲ ଓ ସେଲିବ୍ରେଟି ବୋଲି କହିଛନ୍ତି । ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଦେଖୁଥିବା ଦୁଇଶହ ବ୍ୟକ୍ତିଙ୍କ ଦ୍ୱନ୍ଦକୁ ନତାଶା ଶିଘ୍ର ସମାଧାନ କରିଦେଇଥିଲେ । ନତାଶା କହିଥିଲେ ତାଙ୍କ ସହ ଡେଟ୍ କରିବା ପାଇଁ ସମସ୍ତଙ୍କୁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବାକୁ ହେବ । ଏହାପରେ ସେ କିଛି ସର୍ତ୍ତ ରଖିଥିଲେ । ଯେଉଁଥିରେ ସେ କହିଥିଲେଯେ ଯେଉଁମାନଙ୍କୁ ଟ୍ରମ୍ପ ପସନ୍ଦ ନୁହଁନ୍ତି ସେମାନେ ଏଠାରୁ ଚାଲିଯାଆନ୍ତୁ ଏବଂ ଯେଉଁ ମାନଙ୍କର ଲମ୍ବା ଦାଢୀ ଅଛି ସେମାନେ ମଧ୍ୟ ଏଠାରୁ ଚାଲି ଯାଆନ୍ତୁ । ଏହାପରେ ସେ ଏହିଭଳି ଗୋଟିଏ ପରେ ଗୋଟିଏ ସର୍ତ୍ତ ରଖିବାକୁ ଲାଗିଲେ । ତାଙ୍କର ଏଡି କାର୍ଯ୍ୟକଳାପରେ ନାରାଜ ହୋଇ କିଛି ଯୁବକ ସେହି ସ୍ଥାନ ଛାଡ଼ି ସ୍ୱୟଂ ଚାଲିଗଲେ । ଏହାପରେ ନତାଶାଙ୍କୁ ଏହା ଅଧିକ ସହଜ ହୋଇ ଯାଇଥିଲା ।

ନତାଶାଙ୍କ ଦ୍ୱାରା କରାଯାଇଥିବା ଏହି ଘଟଣାକୁ ସୋସିଆଲ ମିଡିଆରେ କିଛି ଲୋକ ଫନି ଅନ୍ଦାଜରେ କମେଂଟ କରୁଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା କରିଛନ୍ତି ଏବଂ କିଛି ଲୋକ ଏହି କଥାରେ ନାରାଜ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More