ପିଅନ୍ତୁ ପିଆଜ ଚା. ମିଳିବ ଅନେକ ରୋଗରୁ ଉପଶମ ।
ଚାହା ପିଇବାକୁ କାହାକୁ ବା ଭଲ ନଗଲେ। ଭାରତୀୟ ଏ କ୍ଷେତ୍ରରେ ସମସ୍ତଙ୍କଠାରୁ ଆଗରେ। ସେକାଳ ହେଉ କି ସନ୍ଧ୍ୟା ହାତରେ ଥାଏ ଚାହା କପ୍। କିଛିକିଛି ଲୋକଙ୍କ ବିଶ୍ୱାସ ସକାଳେ ଚାହା ନ ପିଇଲେ କୁଆଡ଼େ ଅଳସ ଭାଙ୍ଗେ ନାହିଁ। ବେଡ୍ରେ ଚାହା ପିଇଲା ପରେ ଅନ୍ୟ କାର୍ୟ୍ୟ କରିବାକୁ ମନ ହୋଇଥାଏ। ସେହିପରି ଖବରକାଗଜ ସହ ଅନେକ ଚାହାର ମଜା ନେଇଥାନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ଟିକେ ପରିବର୍ତ୍ତନ କରନ୍ତୁ ଓ ସାଧା ଚାହା ବଦଳରେ ପିଆଜ ଚାହା ପିଇବା ସହ ଖବରକାଗଜ ପଢ଼ନ୍ତୁ। କାରଣ ସକାଳେ ପିଆଜ ଚାହା ପିଇବା ସ୍ୱାସ୍ଥ୍ୟ ପାଇଁ ବହୁ ପକାରୀ ହୋଇଥାଏ।
ପିଆଜ ଚାହା ତିଆରି କରିବାର ପ୍ରଣାଳୀ
ପ୍ରଥମେ ଗୋଟିଏ ପିଆଜକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ତା’ପରେ ଏକ ପାତ୍ରରେ ପାଣି ଗରମ କରୁଛନ୍ତୁ। ପାଣି ଗରମ ହେବା ପରେ କଟା ଯାଇଥିବା ପିଆଜକୁ ସେଥିରେ ପକାଇ ଦିଅନ୍ତୁ। ଗରମ ପାଣିରେ ପିଆଜ ଫୁଟିବା ପରେ ଲେମ୍ୱୁ ରଶ ଓ ଗ୍ରିନ୍ ଟି’ ପାଉଚ ମିଶାଇ ଦିଅନ୍ତୁ। ଏହାକୁ ଛାଣି ସେଥିରେ ସ୍ୱାଦ ଅନୁସାରେ ମହୁ ମିଶାଇ ଦିଅନ୍ତୁ। ତା’ପରେ ତିଆରି ହେଲା ପିଆଜ ଚାହା।
ଆସନ୍ତୁ ଜାଣିବା ପିଆଜ ଚାହା ପିଇବା ଦ୍ୱାରା କି ସ୍ୱାସ୍ଥ୍ୟଗତ ଉପକାର ମିଳିଥାଏ।
ପିଆଜ ଚାହା ପିଇଲେ ଅନିଦ୍ରା ଦୂର ହୋଇଥାଏ।
ପିଆଜ ଚାହାରେ ଭିଟାମିନ୍-ସି ରହିଛି। ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଏହି ଚାହାରେ କ୍ରୋମିୟମ ରହିଥାଏ। ଯାହା ବ୍ଲଡ ସୁଗର ନୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ପିଆଜ ଚାହାରେ ଆଂଟି ଇମ୍ଫ୍ଲାମେଟୋରୀ ଏଲିମେଂଟସ ରହିଛି। ଯାହା ଶରୀରରେ ଯନ୍ତ୍ରଣା ଓ ଫୁଲା ରୋଗକୁ ନିୟନ୍ତ୍ରଣ କରିଥାଏ।
ପିଆଜ ଚାହା ପିଇଲେ ଖରାପ କଲୋଷ୍ଟ୍ରାଲ ସ୍ଥର ବଢ଼ିବ ନାହିଁ।
ଏଥିରେ କ୍ୱୋରସେଟିନ ନାମକ ଏକ କମ୍ପୋନେଟ୍ ରହିଛି। ଯାହା ଶରୀରକୁ କ୍ୟାନସରରୁ ବଞ୍ଚାଇଥାଏ।
ପିଆଜ ଚାହା ପିଇଲେ ଜ୍ୱର, କାଷ ଓ ଗଳା ଦରଜରୁ ଆରାମ ମିଳିଥାଏ।