Only for Entertainment

ପିଲାଙ୍କ ପାଇଁ କ୍ଷତିକାରକ ବଜାରରେ ମିଳୁଥିବା ଫ୍ରୁଟ ଜୁସ !

Trendrr
31

ଆଜିକାଲି ବଜାରରେ ଅନେକ ବ୍ରାଣ୍ଡର ଫ୍ରୁଟ ଜୁସ ମିଳୁଛି । ତେଣୁ ଘରେ ପରିଶ୍ରମ ନକରି ପିତାମାତା ପିଲାଙ୍କୁ ବଜାରରେ ମିଳୁଥିବା ଏହି ଜୁସ ପିଇବାକୁ ଦେଇଥାନ୍ତି । କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଯେ ବଜାରରେ ମିଳିଥିବା ଏହିଜୁସ ଛୋଟ ପିଲାମାନଙ୍କ ପାଇଁ ଖୁବ କ୍ଷତିକାରକ । ବଜାରରେ ବିକ୍ରି ହେଉଥିବା ପ୍ୟାକେଜଡ ଫ୍ରୁଟ ଜୁସରେ ସୁଗରମାତ୍ରା ଅଧିକ ରହିଥିଲା ବେଳେ ଏଥିରେ ପୋଷକ ତତ୍ୱ ମଧ୍ୟ କମ୍‍ ଥାଏ । ତେଣୁ ଅଭିଭାବକମାନଙ୍କୁ ପିଲାଙ୍କୁ ଏଥିରୁ ଦୂରେଇ ରଖିବା ଦରକାର ।

fruit

ଆମେରିକାର ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ, ଦେଶରେ ବିକ୍ରି ହେଉଥିବା ୪୫ଟି ପ୍ରତିଷ୍ଠିତ ବ୍ରାଣ୍ଡର ଫ୍ରୁଟ ଜୁସରେ ଶରୀରକୁ ପ୍ରଭାବିତ କରୁଥିବା ଅନେକ ତତ୍ୱ ଯଥା- କାଡମିୟମ, ଇନ୍‍ ଅର୍ଗାନିକ୍‍ ଆର୍ସେନିକ, ସିସା ଆଦି ରହୁଛି । ଯାହା ଶରୀର ପାଇଁ ବିଶେଷ କରି ମସ୍ତିଷ୍କ ପାଇଁ କ୍ଷତିକାରକ । ପ୍ୟାକିଂ କ୍ଷେତ୍ରରେ ମଧ୍ୟ ଆବଶ୍ୟକୀୟ ଦିଗକୁ ଦୃଷ୍ଟି ଦିଆଯାଉଥିବାରୁ ଏହା ପିଲାଙ୍କ ଉପରେ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ଥିବା ବିଷୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଜୁସରେ ଥିବା ମେଟାଲ ପିଲାଙ୍କ ମସ୍ତିଷ୍କକୁ ସଠିକ୍‍ ଭାବେ ବିକଶିତ ହେବାକୁ ଦେଇନଥାଏ । ଏଥିସହ ନର୍ଭସ ସିଷ୍ଟମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More