Only for Entertainment

ନିଜକୁ ନିଜେ ବିବାହ କଲେ ଅକ୍ସଫୋର୍ଡ ଛାତ୍ରୀ !

Nairaland Forum
37

ଝିଅର ବୟସ ବଢିବା ପରେ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ପରିଜନଙ୍କ ମୁହଁରେ ସବୁବେଳେ ଗୋଟିଏ କଥା ଝିଅ ବାହା ହେବ କେବେ? ଏଭଳି ପରିସ୍ଥିତିର ମଧ୍ୟ ସମ୍ମୁଖୀନ ହୋଇଥିଲେ ଲଣ୍ଡନରେ ରହୁଥିବା ଅକ୍ସଫୋର୍ଡ ଛାତ୍ରୀ ୩୨ବର୍ଷିୟା ଲୁଲୁ ଜେମିମା । ତେଣୁ ସେ ସମସ୍ତଙ୍କ କଥାକୁ ସମ୍ମାନ ଜଣାଇ ବିବାହ କରିବାର ନେଇଥିଲେ ନିଷ୍ପତି । ବିବାହର ସବୁ ଆୟୋଜନ ନିଜେ କରିଥିଲେ ଜେମିମା । ବାହାଘର ମଣ୍ଡପ ଠାରୁ ଭୋଜିଭାତ, ପୋଷାକର ମଧ୍ୟ ବନ୍ଦୋବସ୍ତ ହୋଇଥିଲା । ହେଲେ ବିବାହରେ ଏପରି କିଛି ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇିଛି ।

0_Lulu-Jemimah

ଖବର ଅନୁସାରେ ଜେମିମା ବିବାହ ମଣ୍ଡପକୁ ବିବାହ ଗାଉନ ପିନ୍ଧି ପହଞ୍ଚିଥିଲେ । ହେଲେ ଏହା ପରେ ଜେମିମା ଯେଉଁ ଘୋଷଣା କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଜେମିମା ନିଜକୁ ନିଜେ ବିବାହ କରିବାର ନିର୍ଣ୍ଣୟ ନେଇଥିଲେ । ଏହାପରେ ବାଇକ ରେ ବସି ବିଦା ହୋଇଥିଲେ ସେ । ଜେମିମାଙ୍କ କହିବା ଅନୁସାରେ ପାଠ ପଢା ହେଉଛି ମୋର ମୂଳଲକ୍ଷ୍ୟ । ଯଦିଓ ପରିବାର ଲୋକଙ୍କୁ ମୁଁ ନିରାଶ କରିଛି ତେବେ ଏହି ନିଷ୍ପତି ନେଇ ମୁଁ ଆଦୌ ଭୁଲ କରିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More