Only for Entertainment

ପନିର ମଞ୍ଚୁରିଆନ୍ ପ୍ରସ୍ତୁତି ପ୍ରଣାଳୀ

Craftlog
0 38

ସାମଗ୍ରୀ :
ପନିର- ୨୫୦ ଗ୍ରାମ୍, ପିଆଜ- ୨ଟା ବଡ,ବଡ ଟମାଟୋ- ୧ଟା, ଗରମ ମସଲା ଗୁଣ୍ଡ- ଅଧ ଚାମଚ, ଗୋଲ ମରିଚ ଗୁଣ୍ଡ – ଅଧ ଚାମଚ, କର୍ଣ୍ଣଫ୍ଲୋର – ୨ଚାମଚ, ଲଙ୍କା ଗୁଣ୍ଡ- ଅଧ ଚାମଚ, ଅଦା ସରୁ କଟା- ୨ଚାମଚ, ରସୁଣ କଟା- ୨ ଚାମଚ, ଚୂନାକଟା କଞ୍ଚାଲଙ୍କା- ୨ରୁ ୩ଟା, ଲୁଣ- ସ୍ୱାଦ ଅନୁସାରେ, ରିଫାଇନ ତେଲ- ଦରକାର ଅନୁଯାୟୀ, ବଡ କ୍ୟାପସିକମ୍ – ୧ଟା, ଟମାଟୋ ପ୍ୟୁରୀ – ଅଧ କପ୍ ।

ପ୍ରସ୍ତୁତି:
ପିନରକୁ କାଟି ସେଥିରେ କର୍ଣ୍ଣଫ୍ଲୋର ଓ ଲୁଣ ମିଶାଇଦେବେ । ନନ୍‌ଷ୍ଟିକ୍‌ ପ୍ୟାନରେ ତେଲ ଗରମ କରି ପନିର ମିଶ୍ରଣକୁ ଲାଲ କରି ଭାଜିଦେଇ କାଢି ରଖିବେ । ପୁଣିଥରେ ପ୍ୟାନ୍‌ରେ ତେଲ ଦେଇ ରସୁଣ କଟା, ଲଙ୍କା ଓ ପିଆଜ କଟାକୁ ପକାଇ ଭାଜିବେ । ଲାଲ ହେଲେ ଅଦା କଟା, କ୍ୟାପସିକମ୍ କଟା, ଟୋମାଟୋ କଟା ପକାଇ ୩ରୁ ୪ ମିନିଟ୍ ପର୍ୟ୍ୟନ୍ତ ଭାଜିବେ । ତା’ପରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଆଉ ୫ମିନିଟ୍ ଭାଜିବା ପରେ ପନିର ଭଜାକୁ ସେଥିରେ ପକାଇ ଗୋଳାଇବେ । ଆଉ ଗୋଟିଏ ଚାମଚ ପାଣି ଦେଇ ଘୋଡାଇଦେବେ । ବହଳ ହେଲେ ସସ୍ ସବୁ ପକାଇ ଗୋଳାଇବେ । ତା’ପରେ ପ୍ରସ୍ତୁତ ହୋଇଗଲା ଗରମ ଗରମ ପନିର ମଞ୍ଚୁରିଆନ୍ । ସେଥିରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More