Only for Entertainment

ନାଚିଗାଇ, ଦୀପ ଜଳାଇ ଦୀପାବଳି ସେଲିବ୍ରେସନ୍ କଲେ ଯବାନ ।

22

ଦୀପାବଳିକୁ ନେଇ ସାରା ଦେଶ ଉତ୍ସବମୁଖର । ସାରାଦେଶରେ ଆଲୋକର ପର୍ବ ଦୀପାବଳି ଧୁମଧାମରେ ପାଳନ କରାଯାଉଥିବା ବେଳେ ସୀମାରେ ଅହରହ ଦେଶକୁ ସୁରକ୍ଷା ଦେଇଆସୁଥିବା ସେନାର ଯବାନମାନେ ମଧ୍ୟ ଦୀପାବଳି ପାଳନ କରିଛନ୍ତି । ଇଣ୍ଟରନ୍ୟାସନାଲ୍ ବର୍ଡର ହେଉ କିମ୍ବା ଏଲଓସି ଚାରିଆଡେ ମହମବତୀ ଜଳାଇ ଯବାନମାନେ ଚତୁଃପାଶ୍ୱ ଆଲୋକିତ କରିଥିଲେ । ଦୀପ ଜଳାଇ , ବାଣ ଫୁଟାଇ , ନାଚି ଗାଇ ସେନା ଯବାନମାନେ ଦୀପାବଳି ପାଳନ କରିଥିଲେ । ରବିବାର ଦୀପାବଳି ପର୍ବ ଥିବା ବେଳେ ଶନିବାର ରାତିଠାରୁ ହିଁ ଉତ୍ସବ ଆରମ୍ଭ ହୋଇଯାଇଥିଲା । ଶ୍ରୀନଗରରେ ସେନାର ଯବାନମାନେ ପ୍ରଥମେ ବାଣ ଫୁଟାଇ ନାଚି ,ଗାଇ ଉତ୍ସବ ପାଳନ କରିଥିଲେ । ସାମ୍ବାରେ ସନ୍ଧ୍ୟା ସମୟରୁ ହିଁ ସୀମାରେ ଦୀପ ଜାଳି ଭକ୍ତିମୟ ଗୀତରେ ଖୁବ୍ ଝୁମିଥିଲେ ଯବାନ ।

ପୁଞ୍ଝରେ ମଧ୍ୟ ବିଏସଏଫ୍ ଯବାନଙ୍କ ୭୨ ତମ ବାଟାଲିୟାନ୍ ଦୀପାବଳି ପାଳନ କରିଥିଲେ । ବିଭିନ୍ନ ପ୍ରକାର ବାଣ ଫୁଟାଇ ,ଡାନ୍ସ କରିଥିଲେ ଯବାନ । ଦୀପାବଳି ଭଳି ପବିତ୍ର ପର୍ବରେ ପରସ୍ପର ମଧ୍ୟରେ ମିଠେଇ ଖୁଆଇ ଭାତୃଭାବନାକୁ ଜାଗ୍ରତ କରିଥିଲେ ସେନାର ଯବାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More